ମୋ ଟିଭି ଓଡିଶା / ସୋର : ୨୭/୦୭/୨୦୨୪
ସୋର ବ୍ଲକ କେଦାରପୁର ପଂଚାୟତ ବାଣସିହା ପ୍ରାଥମିକ ବିଦ୍ୟଳୟରେ ଆଜି ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଜନ ଖାଇ ୬ ରୁ ଉର୍ଦ୍ଧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖନାରେ ଭର୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ୩୫ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଓ ଭାତ ଦିଆଯାଇଥିଲା। ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବର ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ସେମାନେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥତା ଅନୁଭବ କରିଥିଲେ।
ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅସୁସ୍ଥ ଡାକ୍ତରଖାନା ରେ ଭର୍ତି।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।