January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଏଏସ ପାଇବା ପରେ ଗାଁ ର ଝିଅ କୁ ସ୍ୱାଗତ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ।

ରବିବାର ଗାଁ ର ସୁନାନାକି ଝିଅ ଶିବାନୀ ଗାଁ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଟେମରା ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

କଳାହାଣ୍ଡି:୨୮/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ରାଜେନ୍ଦ୍ର ନାଏକ ଓ ପଦ୍ମିନୀ ନାଏକ ଙ୍କ ଏକମାତ୍ର ଝିଅ ଶିବାନୀ ନାଏକ ଚଳିତ ବର୍ଷ ପ୍ରକାଶିତ ଓଏଏସ ପରୀକ୍ଷା ରେ ୬୧୮ ରେଙ୍କ ରଖି କଳାହାଣ୍ଡି ଜିଲ୍ଲା ତଥା କୋକସରା ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ରବିବାର ଗାଁ ର ସୁନାନାକି ଝିଅ ଶିବାନୀ ଗାଁ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଟେମରା ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏକ ବର୍ଣାର୍ଧ୍ୟ ପରିବେଶ ମଧ୍ୟରେ ତାଙ୍କୁ ଗାଁ ମୁଣ୍ଡ ରୁ ସ୍ୱାଗତ ସମ୍ବର୍ଦ୍ଧନା କରି ଗାଁ ପରିକ୍ରମା କରିବା ସମୟରେ ଅନେକ ସ୍ଥାନରେ ମହିଳା ମାନେ ବନ୍ଧା ପଣା କରିଥିଲେ।

ପରେ ଗାଁ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଳି ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ପରେ ମନ୍ଦିର ପରିସର ରେ ଏକ ସମ୍ବର୍ଦ୍ଧନା ସଭା ଦିଆଯାଇଛି। କାର୍ଯ୍ୟକ୍ରମ ରେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ବରିଷ୍ଠ ବିଜେପି ନେତା ସୁଧୀର ପାତ୍ର, ବ୍ୟାଙ୍କ ଅଧିକାରୀ ବିପିନ ଦଳପତି, ରାଜେନ୍ଦ୍ର ନାଏକ,ହେମନ୍ତ ବାଣୁଆ, ମିନିକେତନ ସାହୁ, ଚୌବନ ରଣା, କ୍ଷୀରସିନ୍ଧୁ ହଂସ, ଘାସିରାମ ନାଏକ, ଦୁଷ୍ମନ୍ତ ପାତ୍ର,ଅଭିରାମ ଳଦୁଆ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ମଞ୍ଚ ସଂଯୋଜନା ରୋହିତ କୁମାର ପାଣିଗ୍ରାହୀ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।