ଦାରିଙ୍ଗବାଡ଼ି,୧୧/୪ (ସୁଶାନ୍ତ କୁମାର ସାହୁ) –
କିଛି ମାସ ମଧ୍ଯରେ ଏକାଧ୍କ ହେକ୍ଟର ହେକ୍ଟର ଚାଷଜମି ରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇ ଥିଲେ ମଧ୍ଯ ଗଞ୍ଜେଇ ମାଫିଆ ଙ୍କା ଗଞ୍ଜେଇ ଚାଲାଣ କମୁ ନାହିଁ। ଦାରିଙ୍ଗବଡ଼ି ପୋଲିସ ଘନଘନ ଚଢ଼ଭ କରି ଗଞ୍ଜେଇ ଢବତ କରିବାରେ ସଫଳ ହୋଇଛି। କିରିକୁଟି ପଞ୍ଚାୟତ ଅନ୍ତର୍ଗତ ବାରଡକ୍ତିୟୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଥବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପଇଥୁଲା। ଏନେଇ ଅତିରିକ୍ତ ତହସିଲଦାର କୃଷ୍ଣଚଦ୍ଦ୍ର ନାୟକଙ୍କ ଉପସ୍ଥିତିରେ ଦାରିଙ୍ଗବାଡ଼ି ଥନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସ୍ଆଇ ଜିତେନ୍ଦ୍ର ବେହେରା ସମେତ ପୋଲିସ ଫେର୍ସ ଚଢଉ କରି ୫ କ୍ଵିଣ୍ଟାଲ ୨ କିଲୋ ଗଞ୍ଜେର ଜବତ କରିଛନ୍ତି।
ଏହାର ତଦନ୍ତ ଏସ୍ ଆର ଜିତେନ୍ଦ୍ର ବେହେରା କହିଛନ୍ତି ।ସେଇଭଳି ମୋହନା ଏବଂ ଗଜପତି ଜିଲ୍ଲା ଅଡ଼ଟା ଥାନା ଗାଜପ୍ନର ନିକଟରୁ ୬ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ ଏହି ଗଞ୍ଜେଇ ଚାରାଣ କରୁଥିବା ଅଭିଯୁକ୍ତ ଘଟଣା ସ୍ଥଳଗୁ ଚମ୍ପଟ ମାରିଥିବା ଥାନା ଅଧ୍ କାରୀ ଶୁଭ୍ରାନ୍ତ ପଣ୍ଡା କହିଛତ୍ତି। ଗଜପତି ଏସ୍ପି ସ୍ବାତୀ ଏସ୍, କୁମାରଙ୍କ ନିର୍ଦ୍ଦେଶକ୍ରମେ ଅଡମ୍ବାଥାନା ଅଧ୍କାରୀ ଓ ଟିମ ବାରମ୍ବାର ପେଟ୍ରୋଲିଂ କରିବା ବେଳେ ରାଜପୁର ନିକଟସ୍ଥ ରାସ୍ତା କଡରେ ଗଞ୍ଜେଇ ମାଫିଆ ଭୟରେ ୨୧ ବସ୍ତା ଗଞ୍ଜେଇ ଛାଡି ଚାଲିଯାଇ ଥିବା ନେଇ ପୋଲିସ ଖବର ପାଇଥିଲା ।ସେହି ଜାଗରୁ ପୋଲିସ ୧୭୦ କେଜି ଗଞ୍ଜେର ଜବତ କରିଛି।
ଗଞ୍ଜେଇ ଛାଡି ଘଟଣା ସ୍ଥଳରୂ ଚମ୍ପଟ ମାରିଥିଲେ ଗଞ୍ଜେଇ ମାଫିଆ l ଗଞ୍ଜେଇ ସହିତ ୨ଟିଦେଶୀ ବଦ୍ଧୁକ ଜବତ କରିଛି ପୋଲିସ । ବାରିଗୁଡ଼ା ଏସ୍ଡିପିଓ ରାହୁଇ ଗୋୟେଲଙ୍କ ନେତୃତ୍ୱରେ ଥାନା ଅଧ୍ଵକାରୀ ଚିରଞ୍ଜବୀ ବେହେରା, ଏସ୍ଆଇ ଅମରେହ୍ର , ଏଏସ୍ଆଇ ଶଙ୍କର ଓଡକ ଓ ରମାକାନ୍ତ ସେଠୀ, କନେଷ୍ଟବଳ କିଷାନ ସିଂ ନାୟକ ସରାମୂଳି ପଞ୍ଚାୟତ ଆଡିପଦର ଜଙ୍ଗଲରେ ଚଢ଼ାଉ କରି। ଗଞ୍ଜେଇ ବସ୍ତା ରଖାଯାଇଥିବା ନେଇ ଜଣାପଡ଼ିବା ପରେ ସେଠାରେ ମଧ୍ୟ ଚଢ଼ାଉ କରିଥିଲା ।ସେଠାରେ
ମୋହନା ବିଡିଓ ରଗଜୀବ ଦାଶଙ୍କ ଉପସ୍ଥିତତରେ ଅତିରିକ୍ତ ତହସିରଦାର କୃଷ୍ଣଚଦ୍ର ନାୟକଙ୍କ କରିବାପରେ ଜବତ ଗଞ୍ଜେଇ ୬ କୁଇଣ୍ଟାଲ ବୋଲି ଜଣାପଡିଥିଲା ତାହାକୁ ଓଜନ କରି ସିଲ୍ କରାଯାଇଛି । ଏନେଇ ମାମଲା ରେ ବ୍ରାମୁଣିଗାଁ ଦାରିଙ୍ଗବାଡ଼ି ପୋଲିସ କାହାକୁ ଗିରଫ କରିନଥିବା ଜଣାପଡ଼ିଛି । ତେବେ ପୋଲିସ କୁ ଏକ ବଡ ସଫଳତା ମିଳିଥିବା ଜଣା ପଡ଼ିଛି ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।