କଳାହାଣ୍ଡି:୨୨/୦୪: ନିର୍ବାଚନ ପୂର୍ବରୁ ଦଳଡିଆ ପର୍ଵ ଜାରି ରହିଥିବା ବେଳେ ଆଜି ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମ ଆମ୍ବ ବଗିଚା ପଡ଼ିଆରେ କଂଗ୍ରେସ ର କର୍ମି ସମାବେଶ ଓ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ବ୍ଲକ ସଭାପତି ଲିଙ୍ଗରାଜ ବେହେରାଙ୍କ ସଭାପତିତ୍ୱରେ ଓଡିଶା ପ୍ରଦେଶ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ, କଂଗ୍ରେସ ଦଳ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ,କଳାହାଣ୍ଡି ସାଂସଦ ପ୍ରାର୍ଥୀନି ଶ୍ରୀମତୀ ଦ୍ରୋପଦି ମାଝୀ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା ରାଉତ, ବରିଷ୍ଠ ନେତା ତୁଷାର ପାଟ୍ଟଯୋଶୀ, ପୁରୁଷୋତ୍ତମ ଗୁପ୍ତା, ଯାଦବ ସମାଜର ପୂର୍ବତନ ସଭାପତି ଡମ୍ବରୁ ଧର ଲହଜଳ, ବରିଷ୍ଠ କଂଗ୍ରେସ ନେତା ସରୋଜ ପଣ୍ଡା,ମାଣିକ୍ୟ ନାଏକ, ଜିଲ୍ଲା ସମ୍ପାଦକ ତ୍ରିଭୁବନ ନାଏକ, ଧର୍ମଗଡ ବ୍ଲକ ସଭାପତି ଜିଲ୍ଲା ସଭାନେତ୍ରୀ ମାର୍ଜିନା ପ୍ରଧାନ ମଞ୍ଚରେ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାର କଂଗ୍ରେସ ଦଳରୁ ଲୋକସଭା ଓ ବିଧାନସଭା ର ପ୍ରାର୍ଥୀ ଓ ପ୍ରାର୍ଥନିଙ୍କୁ ବିଜୟ କରିବାରେ ତୃଣମୂଳ ସ୍ତରରେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏକଜୁଟ ହୋଇ ଦଲୀୟ ପ୍ରାର୍ଥୀ ଙ୍କ ପାଇଁ ଘର,ଘର ଗାଁ,ଗାଁ ବୁଲି କଂଗ୍ରେସ ସରକାର ଙ୍କ ୯ ଗ୍ୟାରେଣ୍ଟି କରିବାକୁ ଦଲୀୟ ନେତୃବୃନ୍ଦ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ।
ଶାସକ ବିଜେଡି ଓ କେନ୍ଦ୍ର ବିଜେପି ସରକାର ମୁଦ୍ରା ର ଉଭୟ ପାର୍ଶ୍ଵ ସହ ସମାନ,କେବଳ ନିର୍ବାଚନ ପାଇଁ ରାଜନୀତି କରି ଜନ ସାଧାରଣ ଙ୍କୁ ଭ୍ରମିତ କରୁଛନ୍ତି ବୋଳି ଉପସ୍ଥିତ ନେତାମାନେ କହିଛନ୍ତି।ଏହି ଅବସର ରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ଵ ରେ କୋକସରା ବ୍ଲକ ର ଲଡୁଗାଁ,ବଡ଼ ପୋଡ଼ାଗୁଡା, ଆମପାଣି ପଞ୍ଚାୟତ ସମେତ ଜୟପାଟଣା ବ୍ଲକ ର ଭେଜିଗୁଡା,ବାଣ୍ଡିଗାଁ ପଞ୍ଚାୟତ ର ଶତାଧିକ କଂଗ୍ରେସ ପ୍ରେମୀ ଜନ ସାଧାରଣ କଂଗ୍ରେସ ଦଳ ରେ ସ୍ୱେଚ୍ଛାକୃତ ଭାବେ ମିଶ୍ରଣ ପର୍ଵ ରେ ସାମିଲ ହୋଇଥିଲେ।ଏହି ଅବସର ରେ ଦଲୀୟ ନେତୃବୃନ୍ଦ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।କର୍ମି ସମାବେଶ କାର୍ଯ୍ୟକ୍ରମ କୁ ବ୍ଲକ ସଭାପତି ଲିଙ୍ଗରାଜ ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନିମାଇଁ ଚରଣ ଧ. ମାଝୀ, ମଣିଭଦ୍ର ପଣ୍ଡା, ମାର୍କଣ୍ଡ ବେମାଲ, କେଶବ ଚନ୍ଦ୍ର ନାଏକ,ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ,କୋକସରା ଯୋନ ସଭାପତି କମଳ ଲୋଚନ ନାଏକ, ମୋଟେର ଯୋନ ସଭାପତି ଜତୀନ୍ଦ୍ର ଦଳାଇ,ନବୀନ ନାଏକ,ମହେନ୍ଦ୍ର ଧରୁଆ, ଅରୁଣ ମାଝୀ ସମେତ ଦଲୀୟ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।