ମୋଟିଭି ଓଡିଶା : ଦାରିଙ୍ଗବାଡ଼ି,୭/୫(ସୁଶାନ୍ତ କୁମାର ସାହୁ)
ଆଉ ମାତ୍ର କିଛି ଦିନର ଅପେକ୍ଷା ଏବେ ସବୁ ରାଜନୈତିକ ଦଳ ଲାଗି ପଡିଛନ୍ତି ପ୍ରଚାର କରିବାରେ କିଭିଲି ବିଜୟ କରିବୁ ବୋଲି l ସେଥି ପାଇଁ ଚାଲିଛି ଜୋରଜାର ଉଦ୍ୟମ l ହେଲେ କିଛି ଭୋଟର ଏବେ ଠାରୁ ନିଜ ଘର କଥା ଛାଡ଼ି ଲାଗି ପଡିଛନ୍ତି ଦଳର ଉର୍ଣ୍ଣତ କରିବା ପାଇଁ ତାପରେ
ନେତାଙ୍କ ଦଳ ଡ଼ିଆ ନୀତି, ରାଜ୍ଯର ରାଜନୈତିକ ଦଳଙ୍କ ମଧ୍ୟରେ ଅଘୋଷିତ ମେଣ୍ଟର ଭ୍ରମ ସୃଷ୍ଟି କରୁଛି ।
ଏଭଳି ସ୍ମ୍ରିତିରେ ଦାରିଙ୍ଗବାଡି ବ୍ଲକ ମଧ୍ଯ ଏଥିରୁ ବାଦପଡି ନାହିଁ । ଏଠି ମଧ୍ୟ ନେତାଙ୍କ ଦଳ ଡ଼ିଆ ରଣନୀତି ଦେଖବାକୁ ମିଳିଛି । ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ଏକତରଫା ଭାଗ୍ୟ ନିର୍ଦ୍ଧାରଣ କରୁଥିବା ଦାରିଙ୍ଗବାଡ଼ିର ଅନେକ ବିଜେପି ଓ କଂଗ୍ରେସ ଦଳର ନେତା, କର୍ମୀ କିଛି ଦିନ ତଳେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧାୟକ ସାଲୁଗା ପ୍ରଧାନ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ଏହା ପରେ ପୁଣି ୧୮ ତାରିଖ ଦିନ ଭୁବନେଶ୍ବର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦାରିଙ୍ଗବାଡ଼ି କଂଗ୍ରେସ ର ଆଉ କିଛି ବିଚଳିତ ବ୍ୟକ୍ତି ବିଜେଡ଼ିରେ ଯୋଗ ଦେଇଥିବା ଦେଖୁବାକୁ ମିଳିଥିଲା। ମୁଖ୍ୟକରି ଦୁଇ ଦୁଇ ଥରର ସମିତି ସଭ୍ୟ ଆଉ ପୁରୁଣା କଂଗ୍ରେସ ନେତା କାଳୀ ପ୍ରସାଦ ମଲ୍ଲିକ ଏବଂ ବହୁ ଚର୍ଚ୍ଚିତ ମହିଳା ନେତ୍ରୀ ବିଳାସିନି ନାୟକ ଏହି ଦୁଇ ଜଣ ଏବେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି। ଟିକେଟ ପାଇଁ ଆଶାୟୀ ଥିବା ଏହି ଦୁଇ ବ୍ୟକ୍ତିତ୍ବଙ୍କୁ କଂଗ୍ରେସ ଟିକଟ ନ ଦେବାରୁ ଏମାନେ ଦଳ ଛାଡିଛନ୍ତି ବୋଲି କୁହାଯାଉଛି । ଏଭଳି ସ୍ଥିତିରେ କଂଗ୍ରେସ ପାଇଁ ଏହା ଏକ ପ୍ରକାର ଚିନ୍ତାର ବିଷୟ ।

ସେପଟେ ତଳଦିନେ ଦାରିଙ୍ଗବାଡ଼ି ବଜାରର ବହୁ ଯୁବ ବର୍ଗ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବାରୁ ବିଜେଡ଼ି ଏବେ ଦାରିଙ୍ଗବାଡି ଅଞ୍ଚଳରେ ପୁର୍ବ ଅପେକ୍ଷା ଅଧ୍ବକ ଶକ୍ତିଶାଳୀ ହୋଇଛି । ତେଣୁ ବିଜେଡି କର୍ମୀ ଏବେ ବହୁ ଆନନ୍ଦିତ ତେଣୁ ହୋଟେଲ ପାନ ଦୋକାନ ରେ ଚାଲିଛି ନାଲି ପାଣିର ଯୋଗାଣ ମୋଟା ଅଙ୍କରଅର୍ଥ ନେଇ ପକେଟ ଗରମ କରୁଛି ଅବକାରୀ ବିଭାଗ ସେପଟେ ନାଲି ପାଣି ପିଇ ରାସ୍ତାରେ ଗଡ଼ିଲେଣି ଭୋଟର । ତେବେ ସମୟକୁ ଅପେକ୍ଷା ନିର୍ବାଚନ ସରିଲା ପରେ ଏଭଳି ସ୍ଥିତି ରହୁଛି ନା କିଛି ପରିବର୍ତନ ହେଉଛି । ହେଲେ ଏଠାରେ ଭୋଟର ଯଦି ଏଭଳି ସୋଇବେ ତେବେ ଆଗକୁ ଯାହା ହେବ କନ୍ଧମାଳର ଭବିଷ୍ୟତ ତାହା ଏହାର ଜଳନ୍ତ ଉଦାହରଣ ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ