February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜୟ ପରେ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ।

ମୋଟିଭି ଓଡିଶା : କଳାହାଣ୍ଡି:୦୬/୦୬(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୀର୍ଘ ବର୍ଷ ଶାସନ ଗାଦିରେ ରହି ନିଜର ଆଧିପତ୍ୟ ବିସ୍ତାର କରି ଥିବା ବେଳେ ଚଳିତ ନିର୍ବାଚନରେ ଏହାର ଅବସାନ ଘଟିଛି। ବିଜେଡି ଗଡ଼କୁ ଦଖଲ କରିଛି ଭାରତୀୟ ଜନତା ପାର୍ଟି। ମୋଦିଜି ଙ୍କ ନେତୃତ୍ୱରେ ଓଡିଶାରେ ବିଜେଡି ସରକାର କୁ ବେକ ଫୁଟରେ ପକାଇ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିଜେପି ଦଳ ୧୪୭ ଆସନ ରୁ ୭୮ ବିଧାନସଭା ଆସନ ହାତେଇ ନିଜର ଦବଦବା ଜାହିର କରିଛି।

ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ ବିଜେଡି ଗଡ଼କୁ ଦଖଲ କରି ବିଜେପି ର ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ୧୮ ହଜାର ରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବୁଧବାର ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ନିଜର ସମର୍ଥକଙ୍କ ସହ ଧର୍ମଗଡ ଭଣ୍ଡାରଘରଣୀ ମା ଙ୍କ ଆଶ୍ରିବାଦ ଭିକ୍ଷା କରି ପର୍ଲା, ବେହେରା ,ଖୁଣ୍ଟିଆ, ମିର୍ଜାପୁର, ବେହେରା, ଗୋତମୁଣ୍ଡା, ଆମପାଣି ବୁଢ଼ାରଜା ମନ୍ଦିର ରେ ପହଞ୍ଚି ପ୍ରଭୁ ବୁଢ଼ାରଜା ଙ୍କ ଆଶିଷ ଭିକ୍ଷା କରିବା ସହ ନିଜର ଶତାଧିକ ସମର୍ଥକଙ୍କ ସହ ଆମପାଣି, ଲଡୁଗାଁ, କାଉଡୋଳା ଓ କୋକସରା ଠାରେ ବିଜୟ ଉତ୍ସଵ ଯାତ୍ରା ପାଳନ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।