February 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି ସୁରମା ପାଢ଼ୀ।

ମୋଟିଭି ଓଡିଶା : ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ପୂର୍ବତନ ମନ୍ତ୍ରୀ ଥା ବିଜେପି ର ବରିଷ୍ଠ ମହିଳା ନେତ୍ରୀ ସୁରମା ପାଢ଼ୀ। ବିଜେପି ଟିକେଟରେ ତିନିଥର ନିର୍ବାଚନ ଲଢ଼ି ପରାଜୟ ହାସଲ କରିଥିଲେ ମଧ୍ୟ ସେ ନିର୍ବାଚନ ମଣ୍ଡଳୀ ଛାଡି ନଥିଲେ। ତେବେ ଚଳିତ ଥର ବିପୁଳ ବିଜୟ ପରେ ରଣପୁର ବିଧାୟିକା ସୁରମା ପାଢ଼ୀ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ମୂଳିଝର ଗଡ଼ସ୍ଥିତ ମା’ ଉଗ୍ରତାରା ମନ୍ଦିରରେ ପହଁଚି ମା ଙ୍କୁ ପୂଜାର୍ଚ୍ଚନା କରିଛନ୍ତି।ରାଜ୍ୟର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ପ୍ରଣିପାତ କରିଛନ୍ତି। ଏହି ଅବସରରେ ବିଧାୟିକା ସୁରମା ପାଢ଼ୀଙ୍କ ସହ ପୂର୍ବତନ ରଣପୁର ବ୍ଳକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୁବନେତା ପ୍ରମୋଦ କୁମାର ସାହୁ, ମଣ୍ଡଳ ସଭାପତି ସୁବର୍ଣ୍ଣ କୁମାର ସିଂ, ନିର୍ମଳ କୁମାର ମତଗଜ ସିଂ, ଯୁବନେତା ଦୁର୍ଗା ଶଙ୍କର ସିଂ ଦେଓ, ବିକ୍ରମ ସାହୁ, ସଞ୍ଜୟ ସିଂ, କୈଳାସ ସାହୁ, ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।