February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମରଣଯନ୍ତା ପାଲଟିଛି ଆଗରପଡ଼ା-ବନ୍ତ ରାସ୍ତା

ମରଣଯନ୍ତା ପାଲଟିଛି ଆଗରପଡ଼ା-ବନ୍ତ ରାସ୍ତା
ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି


ଆଗରପଡ଼ା,ତା୧୨/୯: ଗମନାଗମନର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ ହେଉଥିବା ରାସ୍ତା ତିଆରି ହେବାର କିଛି ମାସ ପରେ ଖାଲଖମାରେ ପରିଣତ ହେବା ସହ ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଏହି ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆଗରପଡ଼ା ଠାରୁ ବନ୍ତକୁ ଲମ୍ବିଥିବା ୧୪ କିମି ରାସ୍ତାରେ । ଉକ୍ତ ରାସ୍ତା ତିନିଗୋଟି ଜିଲା ଯଥା ଭଦ୍ରକ ଜିଲାର ଆଗରପଡ଼ା , ବାଲେଶ୍ୱର ଜିଲାର ସୋର ଓ କେନ୍ଦୁଝର ଜିଲାର ସୋସୋ ଓ ବିଦ୍ୟାଧରପୁର ସହ ଆନନ୍ଦପୁରକୁ ସଂଯୋଗ କରିଛି । ଏହି ରାସ୍ତା ଉକ୍ତ ଅଂଚଳପାଇଁ ଅତ୍ୟନ୍ତ ନିରାପଦ ଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଯାନବାହାନ ବିଭିନ୍ନ ସ୍ଥାନକୁ ଯାତାୟତ କରନ୍ତି । ରାସ୍ତାକୁ ଗୁରୁତ୍ୱକୁ ଆଖି ଆଗରେ ରଖି ପୂର୍ତ୍ତବିଭାଗ ପକ୍ଷରୁ ଏହାର ନିର୍ମାଣ ହୋଇଥିଲେ ମଧ୍ୟ ଏବେ ତାହା ଖାଲଖମାରେ ପରିଣତ ହୋଇଛି । ଦୁଇବର୍ଷ ତଳେ ବନ୍ତରୁ ଆଡ଼ିଆ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାର ପିଚୁ ଉଠିବା ସହ ପକ୍କା ରାସ୍ତାରେ ଫାଟମାନ ସୃଷ୍ଟି ହୋଇ ଯାତାୟତରେ ସମସ୍ୟା ସାଜୁଛି । ସେହିପରି ଆଗରପଡ଼ା ଡ଼ାଏଟ ଠାରୁ ଆଡ଼ିଆ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଂଗୀନ ହୋଇଛି । ଏହିରାସ୍ତା ଦେଇ କୁପାରୀ ଓ ଅଢ଼ାଳପଙ୍କରୁ ଦୁଇଗୋଟି ବସ୍ କଟକ,ଭୁବନେଶ୍ୱର ,ଭଦ୍ରକ ଆଦିକୁ ଦୈନଦିନ ଗମନାଗମନ କରୁଛି । ସେହିପରି ରାସ୍ତାର ଅବସ୍ଥା ଠିକ୍ ନଥିବା ବେଳେ ରାସ୍ତାରେ ପ୍ରତିଦିଦ ଓଭର ଲୋଡ଼ିଂ ବାଲିଗାଡ଼ି ଉକ୍ତ ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ରାସ୍ତାର ଅବସ୍ଥା ଆହୁରୀ ଅଧିକ ଖରାପ ହେବାରେ ଲାଗିଛି । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂସ୍କୃତ ବିଦ୍ୟାଳୟ ,ବ୍ୟାଙ୍କ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ପୋଷ୍ଠ ଅଫିସ ସହ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ବିଭାଗ ଥିବାରୁ ପ୍ରାୟ ସବୁସମୟରେ ଶତାଧିକ ଯାନବାହାନ ଶହ ଶତାଧିକ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ଉକ୍ତ ରାସ୍ତାର ଗୁରୁତ୍ୱ କୁ ଉପଲବ୍ଧ କରି ବିଭାଗ ତରଫରୁ ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ମରାମତି କରିବା ପାଇଁ ସର୍ବସାଧାରଣଙ୍କ ତରଫରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।