MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାଣିରେ ଉବୁଡ଼ୁବୁ ଆଗରପଡ଼ା କଲେଜ


ଆଗରପଡ଼ା ( ମୋ ଟିଭି ଓଡିଶା ) : ତା୨୮/୮:

ଅସରାଏ ବର୍ଷାରେ ପାଣିରେ ଉବୁଡ଼ୁବୁ ହେଲା ଆଗରପଡ଼ା କଲେଜ । ଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆ ନ ଯାଇ ଗୃହ ଗୁଡ଼ିକ ନିର୍ମାଣ ହୋଇଥିବାରୁ ଏହିପରି ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଛି । ଏଥିନେଇ ଛାତ୍ରଛାତ୍ରୀମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ବର୍ତ୍ତମାନ ଡ଼େଙ୍ଗୁ ଚାରିଅଡ଼େ ବ୍ୟାପୁଥିବା ବେଳେ ଦିନଦିନ ଧରି ଏଠାରେ ପାଣି ଜମିରହିବା ଫଳରେ ଡ଼େଙ୍ଗୁ ବ୍ୟାପିବାର ସମ୍ଭାବନାକୁ ମଧ୍ୟ ଏଠାରେ ଏଡ଼ାଇ ଦିଆଯାଇନପାରେ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରୁଛନ୍ତି । ଏହାଛଡ଼ା ଜମିରହିଥିବା ପାଣି ମଧ୍ୟରେ ଛାତ୍ରଛାତ୍ରୀମାନେ ଯାଆଆସ କରିବାବେଳେ ପୋଷାକପତ୍ରମଧ୍ୟ ସଂପୂର୍ଣ୍ଣ ଓଦା ହୋଇଯାଉଛି । ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମଧ୍ୟ ସମଦଶା ଭୋଗୁଛନ୍ତି । କଲେଜ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନିକ୍ଷେପ କରି ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।