ମୋଟିଭି ଓଡିଶା : ଆଜି ସକାଳୁ ଏକ ଗୋରୁ ବୋଝେଇ ଆଇଚର ଗାଡି ଜବତ ହୋଇ ନାଚୁଣୀ ପୋଲିସ ର ଜିମା ଦିଆଯାଇଛି। ସୂଚନାରୁ ଜଣାପଡିଛି ଏକ ଗୋରୁ ବୋଝେଇ ଗାଡି ଖୋର୍ଦ୍ଧା ରୁ ଆନ୍ଧ୍ରପ୍ରଦେଶ ଯାଉଥିବାର ଖବର ପାଇଥିଲେ ବଜରଙ୍ଗ ଦଳର କର୍ମକର୍ତ୍ତା।ଗାଡିରେ ଗୋରୁ ବୋଝେଇ ହୋଇ ଯାଉଥିବା ରୁ ହିନ୍ଦୁ ସଂଗଠନର ସଦସ୍ୟ ମାନେ ଗାଡିକୁ ପିଛା କରିଥିଲେ। ହିନ୍ଦୁ ସଂଗଠନର ସଦସ୍ୟ ମାନେ ୧୬ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ନିକଟରେ ଗାଡି ଅଟକାଇବା ବେଳେ ସୁଯୋଗ ଉଣ୍ଡି ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ଖବର ପାଇ ନାଚୁଣୀ ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।ବର୍ତ୍ତମାନ ନିର୍ବାଚନ ପାଇଁ ସାରା ରାଜ୍ୟରେ ଚେକିଙ୍ଗ କଡ଼ାକଡି ଜାରି ରହିଥିବା ବେଳେ ଗୋରୁ ବୋଝେଇ ଗାଡିଟି କିପରି ଗୋ ଚାଲାଣ କରିବାରେ ସକ୍ଷମ ହେଲା ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।
ଗୋରୁ ବୋଝେଇ ଆଇଚର ଗାଡି ଜବତ

More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।