କଳାହାଣ୍ଡି:30/04(ସନତ ପ୍ରଧାନୀ) : ( ସଂଯମପୂର୍ଣ୍ଣ ଆଚରଣ ଦ୍ବାରା ଏଡସ ନିରାକରଣ ସମ୍ଭବ )
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟ ମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ବିଭାଗର ଡାକ୍ତର ବର୍ଷା ପ୍ରିୟଦର୍ଶିନୀ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା , ସମ୍ମାନିତ ଅତିଥି ଭାବେ ଡାକ୍ତର ସରୋଜିନୀ ଏସ୍. ଦେଓ, ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ସଞ୍ଜୀବ କୁମାର ମୁଣ୍ଡ୍ , ସ୍ଵାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରଚଲାର ଯୁବ ରେଡକ୍ରସ୍ ପରାମର୍ଶଦାତା କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା , ଓ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବେହେରାର ରେଡ୍ ରିବନ କ୍ଲବ ପରାମର୍ଶଦାତା ମୋହନ ଚରଣ ବିଶି ପ୍ରମୁଖ ଯୋଗଦେଇଥିଲେ।

ଜନ ସାଧାରଣ ସଚେତନ ହେଲେ ଏଡ଼ସ ନିରାକରଣ ସମ୍ଭବ। ଏଥିପାଇଁ ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ହେଲ୍ପ ଲାଇନ ଟୋଲ୍ ଫ୍ରି ନମ୍ବର ୧୦୯୭ ସହାୟତା ନେବାପାଇଁ ଆଲୋଚନା କରାଯାଇଥିଲା। ସମ୍ପ୍ରତି ଦେଖା ଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବା ସହ ରକ୍ତଦାନର ମହତ୍ତ୍ୱ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯୁବ ରେଡକ୍ରସ୍ ପରାମର୍ଶଦାତା ଚନ୍ଦ୍ରଚୁଡ଼ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଇତିହାସ ବିଭାଗ ଅଧ୍ୟାପକ ବିଶ୍ୱପତି ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କୁ ନେଇ ରେଡକ୍ରସ୍ ପତାକା ଉତ୍ତୋଳନ ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ପରିଚାଳନାରେ ରାଜନୀତି ବିଭାଗ ଅଧ୍ୟାପକ ରୁଦ୍ର ନାରାୟଣ ବେହେରା, ଅର୍ଥନୀତି ବିଭାଗ ଅଧ୍ୟାପିକା ନଳିନୀ ପ୍ରଭା ମହାନ୍ତି, ଭୂଗୋଳ ବିଭାଗ ଅଧ୍ୟାପିକା ସସ୍ମିତା ମୁଣ୍ଡ, ବୀଣା ଧର ଟୋଲ୍ଟିଆ, ସୁଦର୍ଶନ ସିଂହ, ଅଜୟ କୁମାର ଶର୍ମା, କିରଣ ବିଶି, ଲୋକନାଥ ଧଙ୍ଗଡା ମାଝୀ, ଶାନ୍ତିଲତା ବୈଠାରୁ , ଓ ବନ୍ଦନା ଦୂରିଆ ପ୍ରମୁଖ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ