MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେପି ଛାଡି ବିଜେଡିରେ ମିଶିଲେ  ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ

ମୋଟିଭି ଓଡିଶା : ବିଜେପି ଛାଡି ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ଆଲେକ୍ସଜେଣ୍ଡର ଦାସ ଉଚ୍ଚଶିକ୍ଷିତ, ଯାଦବ ସମାଜକୁ ପ୍ରତିନିଧିତ୍ବ କରନ୍ତି । ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।  ଆଲେକ୍ସଜେଣ୍ଡରଙ୍କ ସହ ଯୋଗଦାନ କରିଛନ୍ତି ସୁଶାନ୍ତ ସାହୁ, ନିତ୍ୟାନନ୍ଦ ମହାଳିକ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସମେତ ଅନେକ ନେତା । ଏମାନଙ୍କ ଯୋଗଦାନ ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ସଶକ୍ତ ହେଲା ବୋଲି ସସ୍ମିତ ପାତ୍ର କହିଛନ୍ତି ।

ନିର୍ବାଚନରେ କୋରେଇରେ ବିଜେଡିରେ ବହୁ ଭୋଟରେ ଜିତିବ ବୋଲି ଏହି ମିଶ୍ରଣ ଦ୍ୱାରା କୋରେଇକୁ ବାର୍ତ୍ତା ଯାଉଛି । ଯାଜପୁର ସଂସଦୀୟ କ୍ଷେତ୍ରରେ ଵି ବିଜେଡି ଜିତିବ । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର । ଦିନେ XIMBରେ ପାଠ ପଢାଇଥିବା ସାର ସସ୍ମିତ ପାତ୍ର ତାଙ୍କୁ ବିଜେଡିରେ ସାମିଲ କରିଥିବାରୁ ସେ ଏହାକୁ ସୌଭାଗ୍ଯ ବୋଲି କହିଛନ୍ତି ଆଲେକ୍ସଜେଣ୍ଡର ଦାସ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।