MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରକାରଙ୍କ ସମସ୍ତ ସୁବିଧା ପାଇବେ ଜନ ସାଧାରଣ ଭାରତୀୟ ଜନତା ପାର୍ଟି ।


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)


ଓବିସି ମୋର୍ଚ୍ଚାର ଏକ ରାଜ୍ୟସ୍ତରୀୟ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡି ସ୍ଥିତ ନେଚର୍ ପାର୍କରେ ଅନୁଷ୍ଠିତ ହେଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୋର୍ଚ୍ଚାର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବାସହ ବିଭିନ୍ନ ସରକାରୀ ଯୋଜନା କିଭଳି ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଁଚିବ ସେ’ଦିଗରେ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଯତ୍ନବାନ ହେବାକୁ ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ପରାମର୍ଶ ପ୍ରଦାନ କରିଥିଲେ ।

ଏତତ୍ ବ୍ୟତିତ ମୋର୍ଚ୍ଚାର ଉପସଭାପତି ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ସର୍ବାଧିକ ଭୋଟ ବ୍ୟବଧାନରେ ମହାକାଳପଡା ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିବା ସ୍ଥଳେ, ମୋର୍ଚ୍ଚାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଭୁବନ ବ୍ଲକର ଯମୁନାକୋଟ ନିବାସୀ ଡକ୍ଟର ଅରୁଣ କୁମାର ନାୟକଙ୍କୁ ଫ୍ରାନ୍ସ୍ ସ୍ଥିତ ଦି ଥେମସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରୁ କଳା ଓ ସଂସ୍କୃତି କ୍ଷେତ୍ରରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଥିବାରୁ ତାଙ୍କୁ ମଧ୍ୟ ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏଇ ବନ୍ଧୁ ମିଳନ ତଥା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ, ଉପସଭାପତି ତଥା ମହାକାଳପଡା ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ, ଶ୍ରୀ ସୁକାନ୍ତ ବିଶ୍ୱାଳ, ଶ୍ରୀ ରାମଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ଇଂ ଜ୍ଞାନେନ୍ଦ୍ର ସ୍ୱାଇଁଙ୍କ ସମେତ ପ୍ରାୟ ସମସ୍ତ ଜିଲ୍ଲା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।