MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଳ ସମ୍ପଦ ବିଭାଗର ସମସ୍ତ ନୋଡାଲ ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ପହଞ୍ଚି ଜିଲ୍ଲା ପ୍ରଶାସନର ଯୋଗାଯୋଗରେ ଅଛନ୍ତି l

ଜଳ ସମ୍ପଦ ବିଭାଗର ସମସ୍ତ ନୋଡାଲ ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ପହଞ୍ଚି ଜିଲ୍ଲା ପ୍ରଶାସନର ଯୋଗାଯୋଗରେ ଅଛନ୍ତି : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ l

ଜଳ ସମ୍ପଦ ବିଭାଗର ସମସ୍ତ ନୋଡାଲ ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ପହଞ୍ଚି ଜିଲ୍ଲା ପ୍ରଶାସନର ଯୋଗାଯୋଗରେ ଅଛନ୍ତି : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ l

  • ବାତ୍ୟା ‘ଦାନା’ର ମୁକାବିଲା ପରିପ୍ରେକ୍ଷୀରେ  ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ଓ  ଆଲୋଚନା 
  • ସତର୍କ ରହିବା ସହ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ।                                                              

ଭୁବନେଶ୍ୱର ତା- ୨୪.୧୦.୨୦୨୪ 

ଆଜି ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ବାତ୍ୟା ‘ଦାନା’ର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ଲଗାଣ ବର୍ଷା, ଏଥି ଜନିତ ଡ୍ରେନେଜ୍ ସମସ୍ୟାର ମୁକାବିଲା  ତଥା ପରବର୍ତ୍ତୀ  ପୁନରୁଦ୍ଧାର କାର୍ଯ୍ୟ  ସଂପର୍କରେ ବିଭାଗର ପ୍ରସ୍ତୁତି ନେଇ ଆଭାସୀ ବୈଠକ ମାଧ୍ୟମରେ ବିଭାଗର  ବରିଷ୍ଠ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ ଓ  ମୁଖ୍ୟଯନ୍ତ୍ରୀମାନଙ୍କ ସହିତ ସ୍ଥିତି  ସମୀକ୍ଷା କରି ଆଲୋଚନା କରିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ଯାଇଥିବା ନିୟୋଜିତ ସମସ୍ତ ନୋଡାଲ ଅଫିସରମାନେ ସଂପୃକ୍ତ ଜିଲ୍ଲାରେ ପହଞ୍ଚି ଜିଲ୍ଲା ପ୍ରଶାସନ ଏବଂ  ବିଭାଗ ସହିତ ଯୋଗାଯୋଗରେ ରହିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି । 

ବୈଠକରେ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା ।  ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହେବାକୁ ଥିବା ଅଂଚଳ ଲାଲ ରଙ୍ଗ ପଥ(ରେଡ୍ ଟ୍ରାକ୍) ରେ ଆସୁଥିବା  ସମସ୍ତ ମଧ୍ୟମ ଜଳଭଣ୍ଡାର ଗୁଡିକର ଜଳସ୍ତର ପରିମାଣ ଏବେ  ୭୦ ପ୍ରତିଶତ ରହିଥିବା ବେଳେ  ଅପେକ୍ଷାକୃତ କମ ପ୍ରଭାବିତ ହେବାକୁ ଥିବା  କମଳା  ରଙ୍ଗ ଥିବା ଗତିପଥ ଅଂଚଳରେ ଥିବା ଜଳ ଭଣ୍ଡାରଗୁଡିକର ଜଳ ସ୍ତର ୮୦ ପ୍ରତିଶତକୁ ହ୍ରାସ ପାଇଛି । ସମସ୍ତ କେନାଲରେ ନିଷ୍କାସନର ବେସ୍ ଫ୍ଲୋକୁ ହ୍ରାସ କରାଯାଇଛି । ବାତ୍ୟାର ପ୍ରଭାବରେ ଲଘୁ ଚାପ ଜନିତ ଲଗାଣ ବର୍ଷାକୁ ସତର୍କ ଦୃଷ୍ଟି ଦିଆଯିବା ସହ ସ୍ଥିତିକୁ ଦେଖି ଜଳ ଭଣ୍ଡାରଗୁଡ଼ିକର ଜଳ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ କ୍ଷୟକ୍ଷତି ଜନିତ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଓ ଡ୍ରେନେଜ୍ ସମସ୍ୟାର ମୁକାବିଲା ପାଇଁ ଯଥେଷ୍ଟ ସତର୍କ  ଓ ସଚେତନ ରହି କାର୍ଯ୍ୟକରିବାକୁ ବୈଠକରେ  ଗୁରୁତ୍ୱାରୋପ କରାଯାଇଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।