MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସମସ୍ତ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ସମସ୍ତ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ଘର ଘର ବୁଲି ପରଖିଲେ ରାଜସ୍ୱ ନିରୀକ୍ଷକ ,ଆବେଦନ ନକରିଥିବା ମହିଳା କରିବେ ଆବେଦନ।


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ)


ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା, ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ଯାଞ୍ଚ ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି , ଚଳିତ ମାସ ଡିସେମ୍ବର ୨୫ ତାରିଖରେ ମିଳିବ ‘ସୁଭଦ୍ରା’ ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ଏଇ ୨୫ ତାରିଖରେ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପଠାଇବା ପାଇଁ ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଏବଂ ଅଯୋଗ୍ୟଙ୍କ ତାଲିକା । ଏହାପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ ।

ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଛି । ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରା ପାଇଁ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ମହିଳା ଆବେଦନ କରିସାରିଛନ୍ତି । ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଅନୁଧ୍ୟାନ କରାଯାଇଥିଲା । ତେବେ କନ୍ଧମାଳ ଜିଲାରେ ବହୁ ଉପାନ୍ତ ଅଞ୍ଚଳରେ ବହୁ ମହିଳା ଆବେଦନ ନକରି ରହିଥିବା ଜଣା ପଡ଼ିଛି ।ଏଣୁ ଦାରିଙ୍ଗବାଡି ବ୍ଲକ ରେ ଏବେ ସମସ୍ତ ଘର ଘର ବୁଲି ଅନୁଧ୍ୟାନ କରୁଛନ୍ତି ରାଜସ୍ୱ ନିରୀକ୍ଷକ ଆଜି ବୁଡ଼ାଗୁଡ଼ା ପଡିକିଆ ସାହିରେ ଉପସ୍ଥିତ ରହି ମହିଳାଙ୍କୁ ବୁଝାଇବା ସହ କିପରି ସୁଭଦ୍ରା ଅର୍ଥ ପାଇଁ ପାରିବେ ତାହାର ଅନୁଧ୍ୟାନ କରିଥିଲେ ବୁଡ଼ାଗୁଡା ରାଜସ୍ୱ ନିରୀକ୍ଷକ ଜସମିନି ପ୍ରଧାନ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।