ମୋ ଟିଭି ଓଡିଶା / ସୋର : ୨୦/୦୭/୨୦୨୪
ଜଣେ ସ୍ତ୍ରୀକୁ ତାଙ୍କ ସ୍ବାମୀ ଓ ସ୍ୱାମୀର ସାଙ୍ଗ ମିଶି ଥଣ୍ଡା ପାନୀୟରେ ନିଶା ମିଶାଇ ଅଚେତ କରିବା ପରେ ଦୁଷ୍କର୍ମ କରିଥିବା ନେଇ ଥନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ ୨୦୧୮ ମସିହାରେ ସବିରା ପଂଚାୟତ ଅଗପଡା ଗ୍ରାମର ରମେଶ ନାୟକଙ୍କ ସହ ଚାଳିଶ ମାଢ଼ ଗ୍ରାମର ମମତା ନାୟକଙ୍କର ବାହାଘର ହୋଇଥିଲା। ପରେ ତାଙ୍କ ଔରସରୁ ଦୁଇଟି ପିଲା ଜନ୍ମ ହୋଇଥିଲେ। ବାହାଘର ପରେ ରମେଶ ମମିତାଙ୍କୁ ଅନେକ ସମୟରେ ନିର୍ଯ୍ୟାତନା ଦେବା ସହ ଘରୁ ବାହାର କରିଥିଲେ। ପରେ ଆପୋଷ ବୁଝାମଣା ହୋଇ ସାଙ୍ଗରେ ରହୁଥିଲେ। ଗତ ୧୭ ତାରିଖ ରାତିରେ ରମେଶ ଓ ତାଙ୍କର ଜଣେ ସାଙ୍ଗ ଦାଣ୍ଡପଳାସା ଗ୍ରାମର ବିଜୟ ନାୟକ ମମତାଙ୍କୁ ତାଙ୍କ ଘରେ ଥଣ୍ଡା ପାନୀୟରେ କିଛି ମିଶାଇ ପିଇବାକୁ ଦେଇଥିଲେ। କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଚେତା ଫେରିବା ପରେ ରମେଶ ଓ ତାଙ୍କ ସାଙ୍ଗ ଘରର କବାଟ ଦେଇ ମମତାଙ୍କ ନିକଟରେ ବସିଥିବା ବେଳେ ମମତା ସମ୍ପୂର୍ଣ ଉଲଗ୍ନ ହୋଇପଡିଥିଲେ। ପରେ ସେ ଚିତ୍କାର କରିବାରୁ ତାଙ୍କ ଶଶୁର କବାଟ ବାଡେଇଥିଲେ। କବାଟ ଖୋଲିବା ମାତ୍ରେ ଉଭୟ ରମେଶ ଓ ବିଜୟ ପଳାଇଯାଇଥିଲେ। ପରେ ପରିବାର ଲୋକେ ମମତାଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଓ ପରେ ବାଲେଶ୍ୱର ଡାକ୍ତରଖନାରେ ଭର୍ତି କରିଥିଲେ। ଆଜି ସନ୍ଧ୍ୟାରେ ମମତା ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ସାଙ୍ଗ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।