MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏମ୍‌କେସିଜି ମେଡିକାଲ କଲେଜ ରାଗିଂ ଅଭିଯୋଗ ସତ୍ୟ ନୁହେଁ କହିଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ମେଲ ମାଧ୍ୟମରେ ସିନିୟର ଛାତ୍ରୀମାନେ ଜୁନିଅର ଛାତ୍ରୀଙ୍କୁ ରାଗିଂ କରୁଥିବା ଅଭିଯୋଗ । ଘଟଣାର ତଦନ୍ତ କରିବାକୁ ବସିଥିବା ଆଣ୍ଟି ରାଗିଂ କମିଟି ବୈଠକ ପରେ ଅଭିଯୋଗରେ କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଆସିଥିବା ମେଲ୍ ଯାଞ୍ଚ ପାଇଁ ନିଆଯିବ ସାଇବର ସେଲର ସହାୟତା । ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଗୋଟିଏ ପରେ ଗୋଟିଏ ଏଭଳି ଅନେକ ରାଗିଂ କରାଯାଉଥିବା ନେଇ ଅଭିଯୋଗ ଆସୁଛି । ଚଳିତଥର ଆଣ୍ଟି ରାଗିଂ ସେଲ ପକ୍ଷରୁ ଏକ ଡାକ୍ତରୀ ଛାତ୍ରୀଙ୍କ ବାପା ସିନିୟର ଛାତ୍ରୀ ମାନେ ଜୁନିଅର ଛାତ୍ରୀଙ୍କୁ ରାଗିଂ କରୁଥିବା ନେଇ ମେଲ୍ ଯୋଗେ ଅଭିଯୋଗ ହୋଇଥିଲା ।

ଏଭଳି ଅଭିଯୋଗ ପାଇବା ପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ଏମ୍‌କେସିଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ଘଟଣାର ତଦନ୍ତ କରିବାକୁ ଏମ୍‌କେସିଜି ମେଡିକାଲର ଆଣ୍ଟି ରାଗିଂ କମିଟିର ବୈଠକ ଶେଷ ପରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଛନ୍ତି ମେଡିକାଲ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ସୁଚିତ୍ରା ଦାଶ ।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ବସିଥିବା ଆଣ୍ଟି ରାଗିଂ ସେଲ ବୈଠକରେ ମେଡିକାଲର ଜଣେ ଜୁନିଅର ଛାତ୍ରୀଙ୍କୁ ସିନିୟର ଛାତ୍ରୀମାନେ ନୋଟ୍ ଲେଖିବାର ବାହନା ଦେଖାଇ ଅଭିଯୋଗକାରୀ ଛାତ୍ରୀଙ୍କୁ ରାଗିଂ କରୁଥିବା ନେଇ ମେଲ୍ ଯୋଗେ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପାଇବା ପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ଏମକେସିଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଏହି ଅଭିଯୋଗ ପାଇବା ପରେ ମେଡିକାଲ କଲେଜର ଆଣ୍ଟି ରାଗି ସେଲ ତୁରନ୍ତ ଅଭିଯୋଗ କରିଥିବା ଛାତ୍ରୀ ସମେତ ଏଭଳି ଘଟଣାକୁ ନେଇ ଅବଗତ ରହିଥିବା ଅନ୍ୟ ଚାରି ଜଣ ଛାତ୍ରୀଙ୍କୁ ଡ଼ାକି କମିଟି ସମ୍ମୁଖରେ ପଚରାଉଚରା କରାଯାଇଥିଲା । ହେଲେ ସେହି ସମୟରେ ଇ-ମେଲ୍ ରେ ଲେଖାଯାଇଥିବା ଅଭିଯୋଗ ପରେ ଛାତ୍ରୀ ଜଣଙ୍କ ତାଙ୍କୁ କୌଣସି ପ୍ରକାରରେ ଏଭଳି ରାଗିଂ ହୋଇନଥିବା ନେଇ ନିଜର ସ୍ପଷ୍ଟ ମତ ରଖିଥିବା ବେଳେ ଏହାକୁ ନେଇ ଅବଗତ ରହିଥିବା ଛାତ୍ରୀମାନେ ମଧ୍ୟ ଏଭଳି ଘଟଣାକୁ ଖଣ୍ଡନ କରିଥିଲେ।

ଏପରିକି ଯେଉଁ ଛାତ୍ରୀଙ୍କ ନାମରେ ଇ-ମେଲ୍ ଯାଇଥିଲା ସେଥିରେ ରହିଥିବା ଛାତ୍ରୀଙ୍କ ବାପାଙ୍କର ନାମ ମଧ୍ୟ ସଠିକ ଭାବେ ରହିନଥିବା ଏବଂ ସଂପୃକ୍ତ ଛାତ୍ରୀଙ୍କ ବାପାଙ୍କର ସହିତ ମେଡିକାଲ କର୍ତ୍ତୃପକ୍ଷ ଯୋଗାଯୋଗ କରାଯିବା ସମୟରେ ସେ ଏଭଳି କୌଣସି ଅଭିଯୋଗ କରିନଥିବା , ଯେଉଁ ମେଲ୍ ଆଇଡିରୁ ଏଭଳି ଅଭିଯୋଗ ଆସିଛି ସେହି ଆଇଡି ମଧ୍ୟ ତାଙ୍କର ନଥିବା ନେଇ ତଦନ୍ତ କମିଟି ସହିତ ଫୋନ୍ ଯୋଗେ ଆଲୋଚନା ସମୟରେ ସ୍ପଷ୍ଟ କରିଥିଲେ। ଏଣୁ ସମସ୍ତ ଦିଗରୁ ଘଟଣା ସମ୍ପର୍କରେ କୌଣସି ତଥ୍ୟ ମିଳିନଥିବାରୁ ଅଭିଯୋଗର କୌଣସି ସତ୍ୟତା ନଥିବା ମେଡିକାଲ କଲେଜରେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ ।

ମୋ ଟିଭି ଓଡିଶା, ବ୍ରହ୍ମପୁର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।