February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ନିଜ ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ

କଟକରେ ଘଟିଛି ଗୋଟେ ଲଜ୍ୟା l ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ବାଦାମବାଡି ଥାନାରେ ଅଭିଯୋଗ ହୋଇଛି ।

କଟକ : ୦୮/୧୧/୨୪

କଟକରେ ଘଟିଛି ଗୋଟେ ଲଜ୍ୟା l ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ବାଦାମବାଡି ଥାନାରେ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ପୁରୁଷ ବନ୍ଧୁ ନିଜର ଅନ୍ୟ କିଛି ସାଙ୍ଗ ମିଶି ଦୁଷ୍କର୍ମ କରିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି ।

ବାଦାମବାଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗବତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ।

ସୂଚନାନୁଯାୟୀ, ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ଏହାପରେ ସେଠାରେ ଛାତ୍ରୀଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ତାଙ୍କ ପୁରୁଷ ବନ୍ଧୁ। ଆଉ ଏଥିରେ ସହଯୋଗ କରିଥିଲେ କାଫେ ଚଳାଉଥିବା ଭରତପୁର ଅଞ୍ଚଳର ଯୁବକ। ଏହି ଭିଡିଓ ରଖି କାଫେ ମାଲିକ ଓ ପୁରୁଷ ବନ୍ଧୁର ସାଙ୍ଗମାନେ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଁଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅଶ୍ଲୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।