February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି, ଶନିବାର ସକାଳ ପ୍ରାୟ 7.15 ସମୟରେ ହାଇଦ୍ରାବାଦର ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରୁ ଅଲ୍ଲୁ ଅର୍ଜୁନଙ୍କୁ ମୁକ୍ତ କରାଯାଇଥିଲା । ଶୁକ୍ରବାର ଦିନ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁଦ୍ଧା ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ ଜାମିନ କପି ପାଇ ନ ଥିବାରୁ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା ।

ଜାମିନ ପରେ ବି ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଜେଲରୁ ମୁକୁଳିବା ଖବର ଶୁଣି ଜେଲ ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ଘରକୁ ଫେରିଛନ୍ତି । ତାଙ୍କ ଶ୍ୱଶୁର ଚନ୍ଦ୍ରଶେଖର ରେଡ୍ଡୀ ଏବଂ ପିତା ଅଲ୍ଲୁ ଅରବିନ୍ଦ ଅଭିନେତାଙ୍କୁ ନେବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ । କଡା ସୁରକ୍ଷା ମଧ୍ୟରେ ଏଠାରୁ ସେମାନେ ନିଜ ଘରକୁ ଚାଲିଗଲେ । ତାଙ୍କ କାର ରାସ୍ତାରେ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଏହି ହାଇପ୍ରୋଫାଇଲ୍ ଗିରଫ ମଧ୍ୟ ଏକ ରାଜନୈତିକ ମାହୋଲ ସରଗରମ ହୋଇଛି । ତେଲେଙ୍ଗାନାରେ ବିଜେପି ଏବଂ ବିଆରଏସ ଶାସକ କଂଗ୍ରେସ ଉପରେ ତାରକାଙ୍କ ସହ କରାଯାଇଥିବା ବ୍ଚିୟବହାର ଉପରେ ପ୍ରଶ୍ନ ଉଠାଇଛି । ଏଥିସହ TPCC ସଭାପତି ମହେଶ କୁମାର ଗୌର ଜବାବରେ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଏହା ଏହାର କାର୍ଯ୍ୟ କରିବ । ଏହି ସମୟରେ, ନୂଆଦିଲ୍ଲୀର ଏକ ଇଭେଣ୍ଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । ସେ ଆହୁରି ମଧ୍ୟ କହିଛନ୍ତି, “ମୃତ୍ୟୁବରଣ କରିଥିବା ମହିଳାଙ୍କ ବିଷୟରେ କିମ୍ବା କୋମାରେ ଥିବା ତାଙ୍କ ପୁଅ ବିଷୟରେ କେହି କହୁ ନାହାଁନ୍ତି । କୋମାରୁ ଉଠିବା ପରେ ସେ ତା ମାଆଙ୍କୁ ପାଇବ ନାହିଁ ।”

ସୂଚନା ଥାଉ କି, ଡିସେମ୍ବର 4 ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା 2’ ପ୍ରିମିୟର ଶୋ ହୋଇଥିଲା । ଯେଉଁଠି ଅଲ୍ଲୁ ଅର୍ଜୁନ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ପୁଷ୍ପାରାଜଙ୍କ ଝଲକ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶିଶୁର ଗଭୀର ଆହତ ହୋଇଥିଲେ । ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହି ଘଟଣା ପରେ ମୃତକଙ୍କ ସ୍ୱାମୀ ଥିଏଟର ମ୍ୟାନେଜମେଣ୍ଟ ସମେତ ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ଟିମ ନାଁରେ ମାମଲା ରୁଜୁ କରିଥିଲେ । ଯାହା ପରେ ପୋଲିସ ଗତକାଲି (ଡିସେମ୍ୱର 13)ରେ ଅଲ୍ଲୁ ଅର୍ଜୁନଙ୍କ ତାଙ୍କ ବାସଭବନରୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।