MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଡିଜିପି-ଆଇଜିପି ସମ୍ମିଳନୀ କୁ ଉଦ୍‌ଘାଟନ କଲେ ଅମିତ ଶାହ….

ଆଜିଠୁ ଭୁବନେଶ୍ୱରରେ ୫୯ତମ ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ସାରା ଦେଶର ଡିଜିପି-ଆଇଜିପି ଯୋଗ ଦେଇଛନ୍ତି। ଲୋକସେବା ଭବନରେ ସମ୍ମିଳନୀକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଛନ୍ତି। ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ ହେବ।

ଆଜିଠୁ ଭୁବନେଶ୍ୱରରେ ୫୯ତମ ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀ ଆୟୋଜିତ ହେଉଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହା ଆୟୋଜିତ ହେଉଛି। ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଏହି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ଡିଜିପି, ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ଯୋଗ ଦେଉଛନ୍ତି। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଶ୍ରୀ ଶାହ ଆଇପିଏସ୍ ମେସ୍‌କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି। 

ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଥିଲେ | ଡିଜିପି ସମ୍ମିଳନୀ ପାଇଁ କମିସନରେଟ ପୋଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ମୁଖ୍ୟ ଛକଗୁଡ଼ିକରେ ବିଏସ୍‌ଏଫ୍‌, ସିଆରପିଏଫ୍‌ ଯବାନଙ୍କ ସମେତ ସୁରକ୍ଷାବାହିନୀର ଅନ୍ୟ କର୍ମଚାରୀ ମୁତୟନ ହୋଇଛନ୍ତି। ମୋଦୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରର ବିଭିନ୍ନ ରୁଟ୍‌ରେ ଟ୍ରାଫିକ କଟକଣା କରାଯାଇଛି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।