ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଗିରିଣ୍ଡା ଗ୍ରାମରେ ଏକ କାଜୁ ଜଂଗଲରେ ଥିବା ପରିତ୍ୟକ୍ତ କୂଅରେ ଗଳି ପଡିଥିଲା ୧୧ଫୁଟ ଲମ୍ବର ଅଜଗର ସାପ । ତିନି ଚାରି ଦିନ ହେବ କୂଅ ଭିତରେ ପଡି ରହିଥିଲା ଅଜଗର ସାପ। ସାପଟି କୂଅରୁ ବାହାରିବା ପାଇଁ କରୁଥିଲା ସଂଘର୍ଷ। କାଜୁ ପଡିଆର ଜଗୁଆଳି ସାପକୁ ଦେଖି ବନବିଭାଗ ଅଧିକାରୀଙ୍କୁ ଜଣାଇବା ପରେ ବହୁ ବିଳମ୍ବରେ ବନବିଭାଗ ଘଟଣା ସ୍ତଳରେ ପହଞ୍ଚିଥିଲା।
ଖବର ପାଇ ଭୁବନେଶ୍ଵରରୁ ସ୍ନେକ ହେଲପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଓ ତାଙ୍କ ଟିମ୍ ନିଜସ୍ଵ ଉଦ୍ୟମ ରେ ସ୍ଥାନୀୟ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଗତ କାଲି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ଗତକାଲି ସନ୍ଧ୍ୟା ହୋଇଯିବାରୁ ଜଙ୍ଗଲ ମଧ୍ୟରେ ଥିବା କୂଅରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇପାରି ନଥିବାରୁ ଆଜି ସକାଳୁ ସ୍ନେକ ହେଲପ ଲାଇନ ସଦସ୍ୟ, ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଉଦ୍ଧାର ହୋଇଛି । ସ୍ନେକ ହେଲପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ସାପକୁ ଉଦ୍ଧାର କରି ଟାଗିଂ ବନବିଭାଗ କୁ ହସ୍ତାନ୍ତର କରିଛନ୍ତି।ସାପର ପ୍ରାଥମିକ ଚିକିତ୍ସା ପରେ ତାକୁ ଜଂଗଲରେ ଛଡା ଯିବବୋଲି ଜଣାପଡିଛି l
ମୋ ଟିଭି ଓଡିଶା, ଖୋର୍ଦ୍ଧା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।