January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ପରିପ୍ରେକ୍ଷୀରେ ଏକ ଅଭିଜ୍ଞତା ଆଦାନପ୍ରଦାନ ଓ ପରାମର୍ଶ କର୍ମଶାଳା

ଭୁବନେଶ୍ୱର ତା-୧୭.୦୧.୨୦୨୫

କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ପରିପ୍ରେକ୍ଷୀରେ ଏକ ଅଭିଜ୍ଞତା ଆଦାନପ୍ରଦାନ ଓ ପରାମର୍ଶ କର୍ମଶାଳା  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀଙ୍କ ଦକ୍ଷତା ବିକାଶରେ ଦୃତ ପରିବର୍ତ୍ତନ ପାଇଁ ମିଶନ କର୍ମଯୋଗୀ ତରଫରୁ ଲାର୍ଜ ସ୍କେଲ୍ ଇଣ୍ଟରଭେନସନ((ଏଲଏସଆଇ) ଭଳି ବଡ଼  ପଦକ୍ଷେପ  ନିଆଯାଇଛି । 

  ରାଜ୍ୟରେ ମିଶନ କର୍ମଯୋଗୀର କାର୍ଯ୍ୟକାରିତା କ୍ଷେତ୍ରରେ ସମନ୍ୱୟ ପାଇଁ ରାଜ୍ୟରେ ନୋଡାଲ ଏଜେନ୍ସି ଥିବା ଗୋପବନ୍ଧୁ ପ୍ରଶାସନ ଏକାଡେମୀ ତରଫରୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଆୟୋଗ(ସିବିସି) ସହଯୋଗରେ ଏହି କର୍ମଶାଳା  ଆୟୋଜନ  କରାଯାଇଥିଲା । 

ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ  ଜି. ମାଥି ଭାଥନନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇବି ଖୁରାନିଆ ଏବଂ ଏଡିଜି,ପୁଲିସ୍ (ପ୍ରଶିକ୍ଷଣ)               ଶ୍ରୀ ସଞ୍ଜୀବ ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର  ତଥା ଶାସନ ସଚିବ ଶ୍ରୀମତୀ  ଶାଳିନୀ ପଣ୍ଡିତ ଏବଂ ଅନ୍ୟ  ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।  

ସିବିସିର ସଦସ୍ୟ (ମାନବ ସମ୍ବଳ) ଡ. ଆର୍ ବାଲସୁବ୍ରମଣ୍ୟମ ତାଙ୍କ ଟିମ୍ ସହ  ଆଭାସୀ ମାଧ୍ୟମରେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସକ୍ରିୟ ପ୍ରୟାସକୁ ପ୍ରଶଂସା କରିବା ସହ ନାଗରିକ କୈନ୍ଦ୍ରିକ ଶାସନ ସୁନିଶ୍ଚିତ କରିବା ଏବଂ ବିକଶିତ ଭାରତ-୨୦୪୭ ଗଠନର ଅବଦାନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

ସିବିସିର ଏକ ଅଂଶୀଦାର ଏଜେନ୍ସି ଇଲୁମିନ୍ ନଲେଜ୍ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ର  ପ୍ରତିନିଧିମାନେ ଏଲ୍ଏସ୍ଆଇ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବା ବିଷୟରେ ସୂଚନା ଦେଇଥିଲେ ।               ଡ. ଶ୍ରୀନିବାସ ଭେଙ୍କଟରାମ ଏବଂ ଶ୍ରୀ ବିରେନ ଆନନ୍ଦ ଭାରତୀୟ ରେଳବାଇ, ଭାରତୀୟ ଡାକ, ଦିଲ୍ଲୀ ପୋଲିସ ଏବଂ ହରିୟାଣା ପୋଲିସ ଭଳି ସଂସ୍ଥାରେ ଏହା କିପରି ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଉନ୍ନତ ସେବା ପ୍ରଦାନର ମୂଲ୍ୟାଙ୍କନ କରିବା ପାଇଁ ତୃତୀୟ ପକ୍ଷ ମୂଲ୍ୟାୟନ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

‘କର୍ମଯୋଗୀ ପୁଲିସ’ ଓ ‘କର୍ମଯୋଗୀ ଶିକ୍ଷକ’ ଜରିଆରେ ରାଜ୍ୟରେ ପୁଲିସ କର୍ମଚାରୀ ଓ ଶିକ୍ଷକମାନଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ଅଫ ଲାଇନ୍ ଓ ଅନ ଲାଇନ୍ ପାଠ୍ୟକ୍ରମ ପ୍ରସ୍ତୁତ କରି ଦକ୍ଷତା ବିକାଶ ଆୟୋଗ ଓଡ଼ିଶା ସରକାରଙ୍କୁ ନିରନ୍ତର ସହଯୋଗ ପ୍ରଦାନ କରିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।