ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୮
ପୁଣି ଜଣେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନ ରେ କୋକସରା ବ୍ଲକ ର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମତେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଖଳିଗଡ ଗ୍ରାମର ଗୋଇମାରୁପଡା ର ମାଧବ ମାଝୀ ଙ୍କ ଭେଣ୍ଡିଆ ପୁଅ ଲାଲୁ ମାଝୀ(୩୦) ପରିବାର ର ଆର୍ଥିକ ଅଭାବ ଯୋଗୁଁ ଗତ ୧୫ ଦିନ ତଳେ ଦାଦନ ଖଟିବାକୁ ବାଙ୍ଗାଲୋର ର ନିକଟରେ ଥିବା ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ ନିୟୋଜିତ ଥିଲେ । ହେଲେ ଗତ ଦୁଇଦିନ ଜ୍ୱର ହେଉଥିବା ବେଳେ ବୁଧବାର ସେ ରହୁଥିବା କଲୋନୀ ରେ ପ୍ରାଣ ହରାଇଥିବା ଜଣାପଡିଛି। ଏନେଇ ସାଥି ଶ୍ରମିକ ମାନେ ପରିବାର ଲୋକ ଙ୍କୁ ଫୋନ ରେ ସୂଚନା ଦେବାପରେ ଭେଣ୍ଡିଆ ପୁଅ ର ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଘଟଣା ପରେ ମୃତକ ଙ୍କ ସମ୍ପର୍କୀୟ ପରିବାର ବନୁ ମାଝୀ,ବିରେନ କନ୍ଧ,ପଦ୍ମନ ଚଳାନ ଠିକାଦାର ଙ୍କୁ ଯୋଗାଯୋଗ କରିବା ପରେ ଶବ ପଠାଇବାକୁ ମନା କରିବାରୁ ଯୁବକ ଙ୍କ ଶବ ଭିଟାମାଟି କୁ ପଠାଇବା ପାଇଁ ଆମପାଣି ଥାନା ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ପୋଲିସ ପ୍ରଶାସନ ଓ ଶ୍ରମ ବିଭାଗ ଏଦିଗରେ ଦୃଷ୍ଟି ଦେଇ ମୃତ ଦାଦନ ଶ୍ରମିକଙ୍କ ଶବ ଭିଟାମାଟି କୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏନେଇ ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ଙ୍କ ଙ୍କ ପ୍ରତିକ୍ରିୟା ନେବାରୁ ଖବର ମିଳିଛି ଓ ଠିକାଦାର ଙ୍କୁ ଯୋଗାଯୋଗ କରି ଶବ ପଠାଇବା ପାଇଁ ବ୍ୟବସ୍ଥା କରାଯିବା ନେଇ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି।
ରିପୋର୍ଟ—ସନତ କୁମାର ପ୍ରଧାନୀ, କଳାହାଣ୍ଡି
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।