ମୋ ଟିଭି ଓଡିଶା ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ପ୍ରତ୍ୟାବର୍ତ୍ତନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ସେ ଯେଉଁ ବୋଇଂ ଷ୍ଟାରଲାଇନରରେ ଯାଇଥିଲେ, ସେଥିରେ ଅନେକ ବୈଷୟିକ ତ୍ରୁଟି ରହିଛି। ସୁନୀତା ୱିଲିୟମ୍ସ ଜୁନ୍ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ମହାକାଶରେ ରହିବା ପରେ ସେ ଚଳିତ ମାସ ୧୪ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ତାଙ୍କ ଫେରିବାରେ ବିଳମ୍ବ ହୋଇଥିଲା। ସେମାନଙ୍କ ଫେରିବାର ନୂଆ ତାରିଖ ବିଷୟରେ ନାସା ଏପର୍ଯ୍ୟନ୍ତ କିଛି କହିନାହିଁ।
ପୁଣି ଟଳିଲା ମହାକାଶଚାରୀ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।