MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡିଶା ପୁଲିସର କଳା କାରନାମା, କାନ୍ଦି କାନ୍ଦି ଯୌନ ନିର୍ଯାତନାର କାହାଣୀ କହିଲେ ଅଙ୍କିତା

ମୋ ଟିଭି ଓଡିଶା ବ୍ୟୁରୋ : ଭରତପୁର ଘଟଣାରେ ଅଙ୍କିତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ କଳା କାରନାମା କିଛି ନୂଆ ନୁହେଁ। ବଡବଡିଆଙ୍କ ଛାତ୍ରଛାୟାରେ ରହି କାହାକୁ ମାନୁ ନ ଥିଲେ ଆଇଆଇସି ଦୀନକୃଷ୍ଣ ମିଶ୍ର। ୨୦୨୨ ମସିହା ନଭେମ୍ବର ମାସରେ କଟକ ଐତିହାସିକ ବାଲିଯାତ୍ରା ସମୟରେ କଟକ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ପାର୍କିଙ୍ଗ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସସପେଣ୍ଡ ହୋଇଥିଲେ। ତାଙ୍କୁ ସେତେବେଳେ କଟକ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଥିଲେ ମଧ୍ୟ ମାତ୍ର ଅଳ୍ପ କିଛି ଦିନ ପରେ ଭରତପୁର ଆଦର୍ଶ ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଥିଲା।

ଦୀନକୃଷ୍ଣ ମିଶ୍ରଙ୍କ ଭଳି ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ କେଉଁ ଆଧାରରେ ଭରତପୁର ଥାନା ଦାୟିତ୍ୱ ଦିଆଯାଇଥିଲା, ତାହା ଏବେ ପ୍ରଶ୍ନବାଚୀ। କେବଳ ଲାଞ୍ଚୁଆ ନୁହେଁ ବରଂ ଯେଉଁ ଥାନାଧିକାରୀ ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଥିବା ଦୀନକୃଷ୍ଣ ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ଗିରଫ ନ କରି କେବଳ ନିଲମ୍ବନ କରି ପ୍ରକାରାନ୍ତରେ ତାଙ୍କୁ ସୁରକ୍ଷା ଦେଉଥିବା ମନେ ହେଉଛି। ଲୋକଙ୍କ ବନ୍ଧୁ ବୋଲି କହୁଥିବା ଓଡିଶା ପୁଲିସ ଏବେ ଭକ୍ଷକ ସାଜିଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ଗୁରୁବାର(୧୫/୦୯/୨୪) ଭୁବନେଶ୍ୱର ଏମ୍ସରୁ ବାହାରିବା ପରେ ଅଙ୍କିତ ପ୍ରଧାନ ସେଦିନ କାଳରାତିର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି, ସେଦିନ ରାତିରେ କେବଳ ଗାଳିଗୁଲଜ କି ମାଡ ହୋଇନଥିଲା ବରଂ ମହିଳା ପୁଲିସ ଅଧିକାରୀଙ୍କ ସହାୟତାରେ ପୁରୁଷ ପୁଲିସ କର୍ମଚାରୀ ମାନେ ତାଙ୍କ ଜ୍ୟାକେଟ କାଢି ଦେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ ଓ ପୋଷାକ କାଢି ଦେଇଥିଲେ। ପରେ ଖୋଦ ଆଇଆଇସି ଅଶୀଳ୍ଲଭାବେ ଯାହା କହିଥିଲେ ତାହା ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ।

ଓଡିଶା ପୁଲିସର ପାରିବା ପଣିଆକୁ ଏବେ ସାରା ଦେଶ ନିନ୍ଦା କରୁଛି, ଛି କରୁଛି କିନ୍ତୁ ଏଭଳି ନିନ୍ଦନୀୟ କାମ କରିଥିବା ପୁଲିସ କର୍ମଚାରୀ ଓ ଅଶ୍ଳୀଳ ବ୍ୟବହାର କରିଥିବା ଆଇଆଇସିଙ୍କୁ କେବଳ ନିଲମ୍ବନ କରି ଚୁପ ବସିଛନ୍ତି। ପୁଲିସ କମିଶନର ସମ୍ପୃକ୍ତ କର୍ମଚାରୀମାନଙ୍କୁ ଗିରଫ କରିବାକୁ ଉଚିତ ମନେ କରୁନାହାନ୍ତି କି ସେଭଳି କୌଣସି କଠୋର ପଦକ୍ଷେପ ନ ନେବା ପଛର କାହାଣୀ ମଧ୍ୟ ଜଣାପଡ଼ୁନାହିଁ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।