February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭାଜପା ର ଆଉ ଗୋଟେ ଅଭିଯୋଗ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ଙ୍କ ବିରୋଧରେ l

ମୋଟିଭି ଓଡିଶା : ୩୦/୦୫ : ଭାଜପା ର ଆଉ ଗୋଟେ ଅଭିଯୋଗ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ଙ୍କ ବିରୋଧରେ l ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ନିକଟରେ ଭାଜପାର ଏକ ପ୍ରତିନିଧି ଦଳ ଫେରାଦ ହୋଇ କହିଛନ୍ତି ଯେ ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ କରାଯିବା ଲାଗି ସୁଜାତାଙ୍କୁ ରାଜ୍ୟରୁ ଅପସାରଣ କରି ବାହାରକୁ ପଠାଯାଉ। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ସିଭିଲ ସର୍ଭାଣ୍ଟ ଡି.ଏସ୍‌. କୁଟ୍ଟେ, ଆଶିଷ କୁମାର ସିଂ ଓ ସୁଜାତା କାର୍ତ୍ତିକେୟନ୍‌ କାର୍ଯ୍ୟ କରୁଛନ୍ତି। ସୁଜାତା ହେଉଛନ୍ତି ପାଣ୍ଡିଆନଙ୍କ ସ୍ତ୍ରୀ। ଉପରୋକ୍ତ ୩ ଅଧିକାରୀ କେବଳ ସର୍ବଭାରତୀୟ ଚାକିରି ସର୍ତ୍ତାବଳୀର ଉଲ୍ଲଂଘନ କରୁନାହାନ୍ତି, ବରଂ ନିର୍ବାଚନ କମିଶନଙ୍କ ନିର୍ବାଚନ ସମ୍ବନ୍ଧୀୟ ନିୟମର ମଧ୍ୟ ଖିଲାପି କରୁଛନ୍ତି। ଏହି ୩ ଅଧିକାରୀଙ୍କ କାର୍ଯ୍ୟକଳାପ ଯେପରି ରାଜ୍ୟରେ ମୁକ୍ତ, ଅବାଧ ନିର୍ବାଚନ ବିରୋଧୀ। ସେମାନେ ହେଉଛନ୍ତି ତ୍ରିମୂର୍ତ୍ତି ବୋଲି ଦଳ ଚିଠିରେ ଦର୍ଶାଇଛି। ସୂଚନାଯୋଗ୍ୟ, ପୂର୍ବରୁ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ କୁଟ୍ଟେଙ୍କୁ ମଙ୍ଗଳବାର ସସ୍‌ପେଣ୍ଡ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।