ମୋ ଟିଭି ଓଡିଶା / କଳାହାଣ୍ଡି:୧୬/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ରେ ଦାନା ପାଇଁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡି ଶବ ହୋଇ ଫେରିବା ସତରେ ଏକ ଅଭିଶାପ ପାଲଟିଛି। ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ମନଧର ଛାତ୍ରୀଆ(୪୮) ପରିବାର ପ୍ରତିପୋଷଣ ପାଇଁ ପଡୋଶୀ ରାଜ୍ୟ ହାଇଦ୍ରାବାଦ କୁ ଦାଦନ ଶ୍ରମିକ ଖଟିବାକୁ ଯାଇଥିବା ବେଳେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ପରିବାର ଲୋକେ କହିବା ଅନୁଯାୟୀ ହାଇଦ୍ରାବାଦ ର ଏକ ଠିକାସଂସ୍ଥା ରେ ମନଧର ଛାତ୍ରୀଆ ନିୟୋଜିତ ଥିଲେ। ତେବେ ଶନିବାର କାମ କୁ ବାହାରିବା ସମୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମନଧର ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ଛାତ୍ରୀଆ ଦୁହେଁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ଠିକାସଂସ୍ଥା ମୃତ ଶ୍ରମିକ ଙ୍କ ଶବ କୁ ଏକ ଆମ୍ବୁଲାନ୍ସ ଯୋଗେ ଭିଟାମାଟି କୁ ପଠାଉଥିବା ସୂଚନା ମିଳିଛି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ