MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛତିଶଗଡ଼ ବିଜାପୁରରେ ପୁଣି ଏନକାଉଣ୍ଟର ।

ଏନକାଉଣ୍ଟରରେ ୩ ମାଓବାଦୀ ନିପାତ । ୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନ୍ୟାସନାଲ ପାର୍କ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଅଟୋମେଟିକ ବନ୍ଧୁକ ମାଓ ସାମଗ୍ରୀ ଜବତ ହୋଇଛି । ସେପଟେ ମାଲକାନଗିରି ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ଜଙ୍ଗଲର ଭିତରେ କୁମିଂ ଅପରେସନ କରିବା ସମୟରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । ଏମ.ଭି୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଜଙ୍ଗଲରେ ଡିଭିଏଫ ବାହିନୀ ପକ୍ଷରୁ କୁମିଂ ଅପରେସନ ଚାଲିଥିବା ବେଳେ ଜବାନ ମାନେ ମାଓବାଦୀଙ୍କ ଏହି ଡମ୍ପକୁ ଠାବ କରିଥିଲେ । ଯାହା ମଧ୍ୟରେ ରହିଛି ଗୋଟିଏ ଏସଏଲଆର ବନ୍ଧୁକ,ଏସଏଲଆର ମାଗାଜିନ, ଚାରିଟି ଚାର୍ଜର, ଗୁଳି ସହ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ ହୋଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀ ମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ବୋଲି ମାଲକାନଗିରି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ।

ମୋ ଟିଭି ଓଡିଶା, ମାଲକାନଗିରି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।