(ପବିତ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା)
ନିରାକାରପୁର,୨୯.୧୦.୨୪ :
ସେବାର ଅନ୍ୟ ନାମ ପବିତ୍ର ବୋଲି ଆଜି ଉପସ୍ଥିତ ଶ୍ରଦ୍ଧାଞ୍ଜଳି ସଭାରେ ଥିବା ଅତିଥିମାନେ ମତ ରଖିଥିଲେ। ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ଠାରେ ଅମୁଲ୍ଯ ବଳବନ୍ତରାୟଙ୍କ ଆବାହକତ୍ଵ ଓ କେଳୁ ଚରଣ ଜଗଦ୍ଦେବ ଙ୍କ ସଭାପତିତ୍ବରେ ପବିତ୍ର ମୋହନ ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି।
ପବିତ୍ର ଜଣେ ଚା ଦୋକାନୀ ହୋଇ ତାଙ୍କ ପାଖରେ ଯେଉଁ ସେବା ଓ ପରିବେଶ ସୁରକ୍ଷା ମନୋବ୍ରୁତ୍ତି ଥିଲା ଏ ଅଂଚଳ ତାଙ୍କୁ ମନେ ରଖିବ। ବରହମପୁର ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାଜନେତା ଠାରୁ ଆରମ୍ଭ କରି ଟ୍ରକ ଡାଇଭର ସମସ୍ତେ ଆଜି ପବିତ୍ର ଙ୍କ ଆ ବର୍ତ୍ତମାନରେ ମନ ପକେଇବା ସଂଗେସଂଗେ ଦୁଃଖ ପ୍ରକାଶ କରଛନ୍ତି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ରଖିଥିଲେ।
ସଭା ପରିଚାଳନା କରିଥିଲେ ଅଲ ଓଡିଶା ରିପୋରର୍ସ ଆସୋସିଏସନ ଖୋର୍ଦ୍ଧା ଜିଲ୍ଲା ସଭାପତି ଦୀପକ ପ୍ରଧାନ। ଅନ୍ୟମାନଙ୍କ ମଧ୍ଯରେ ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ସାମ୍ବାଦିକ ବିଭୁତି ଭୂଷଣ ଦାଶ, ଜଂକିଆ ପଂଚାୟତ ବିଜେପି ନେତା ଗତିକୃଷ୍ଣ ରାଉତରାୟ,ଅକ୍ଷୟ ଉଦୟସିଂହ, ରମେଶ ବିଶ୍ବାଳ, ବ୍ୟମକେଶ ରଥ, କୈଳାସ ଚନ୍ଦ୍ର ସାମନ୍ତସିଂହାର, ରମା ରଂଜନ ତ୍ରିପାଠୀ, ଦାଶରଥି ଶ୍ରୀଚନ୍ଦନ, ଚକ୍ରଧର ବାରିକ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ପ୍ରକାଶ ଗୁମାନସିଂହ, ସୁଶାନ୍ତ ରାଉତରାୟ, ଦିଲୀପ ମହାରଥୀ, ବିଜୟ ରାଉତରାୟ, ଶାନ୍ତନୁ କୁମାର ଦାଶ, ଦିପୁ ପଣ୍ଡା ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ । କେଦାର ସାହୁ ଧନ୍ଯବାଦ ଦେଇଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।