କୋଲକାତା : ଆଜି ପଶ୍ଚିମବଙ୍ଗ ବିଧାନସଭାରେ ନିଆଯିବ ବଡ଼ ନିଷ୍ପତ୍ତି । ବିଧାନସଭାରେ ପାରିତ ହେବାକୁ ଯାଉଛି ଆଣ୍ଟି-ରେପ୍ ବିଲ । କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବାବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ ମମତା ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବିଜେପିର ସମର୍ଥନ ମିଳିଲେ ପଶ୍ଚିମବଙ୍ଗରେ ଆସିବ ନୂଆ ଆଇନ । ଏଥର ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଅପରାଜିତା ମହିଳା’ ନାମକ ଏହି Anti-Rape Bill ଯଦି ପାରିତ ହୁଏ, ତେବେ ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଘଟଣାର ମାତ୍ର ୧୦ଦିନ ମଧ୍ୟରେ ଫାଶୀଦଣ୍ଡ ସୁନିଶ୍ଚିତ କରିବାକୁ ଦିଆଯାଇଛି ପ୍ରସ୍ତାବ । ପଶ୍ଚିମବଙ୍ଗ ସରକାର ଅପରାଧିକ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ରଖିଥିବାବେଳେ ରାଜ୍ୟ ଆଇନ ମନ୍ତ୍ରୀ ମଳୟ ଘଟକ ବିଧାନସଭାରେ ଏହାକୁ ଉପସ୍ଥାପନ କରିବେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।