ମୋଟିଭି ଓଡିଶା : କଳାହାଣ୍ଡି:୧୪/୦୫ : ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଲଡୁଗାଁ ଗ୍ରାମ ସତ୍ୟ ଠାକୁରଙ୍କ ଝିଅ ଅନୁଷ୍କା ଠାକୁର ୯୩.୮୦ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ଅମନ ଦୀପ ପଣ୍ଡିତ ୯୩.୨୦ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଚଳିତ ଶିକ୍ଷା ବର୍ଷରେ କୋକସରା ଓଏଭି ଦ୍ଵାଦଶ ପରୀକ୍ଷାରେ ମୋଟ ୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ୮ ଜଣ କମ୍ପାଲମେଣ୍ଟ ହୋଇଛନ୍ତି। ଏନେଇ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ କର ସୂଚନା ଦେଇଛନ୍ତି।
ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ କୋକସରା ଓଏଭି ରୁ ଅନୁଷ୍କା ଠାକୁର ଟପ୍ପର।
![](https://i0.wp.com/www.mootv.in/odia/wp-content/uploads/2024/05/IMG-20240514-WA0006.jpg?fit=1024%2C1378&ssl=1)
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ