କଳାହାଣ୍ଡି:୧୪/୦୪ – ସମ୍ବିଧାନର ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ରବିବାର କୋକସରା ବ୍ଲକ ଏଓଏସସିଏଫ ସଙ୍ଗଠନ ପକ୍ଷରୁ ବ୍ଲକର ଆମପାଣି ଠାରେ ପାଳନ କରାଯାଇଛି। କୋକସରା ବ୍ଲକ ଏଓଏସସିଏଫ ସଭାପତି।କିଶୋର ଚନ୍ଦ୍ର ନାଏକ,ସାଧାରଣ ସମ୍ପାଦକ ପ୍ରବୀଣ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ କୋକସରା ଠାରୁ ଏକ ବାଇକ ରେଲି କୋକସରାରୁ ବାହାରି ଆମପାଣି ଆମ୍ବେଦକର ଭବନ କୁ ପହଞ୍ଚିବା ପରେ ଜିଲ୍ଲା ଉପ ସଭାପତି ଟିକିଚନ୍ଦ୍ର ଧ ମାଝୀ, ଡ଼. ଗୌରବ ରଞ୍ଜନ ବାଗ, ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଧାନୀ ବାଗ, ଧନିରାମ ପାଣିଗ୍ରାହୀ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରି ମାନବ ସମାଜକୁ ବାବା ସାହେବ ଙ୍କ ଦେଇଥିବା ସାମ୍ବିଧାନିକ ଅଧିକାର ବିଷୟରେ ମତ ଦେଇଥିଲେ।
କାର୍ଯ୍ୟକ୍ରମ ରେ ଦିଶାନ୍ତ ବେହେରା,ଘନଶ୍ୟାମ ପାଣିଗ୍ରାହୀ, ସନ୍ତୋଷ ସତନାମୀ, ମୁରଲୀ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଖମାରି,ଗଜିନ୍ଦ୍ର ନାଗ, ଶାନ୍ତନୁ ଠାକୁର, ସନାତନ ବେମାଲ, ଅଶ୍ୱିନୀ ମହାନନ୍ଦ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ସଂଯୋଜନା ବ୍ଲକ ସମ୍ପାଦକ ପ୍ରବୀଣ ପାଣିଗ୍ରାହୀ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଧାନୀ ବାଗ ଡ଼ଃ ଭୀମରାଓ ଆମ୍ବେଦକର।ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ମାର୍ଗ ଦର୍ଶନ ସହ ଧନ୍ୟବାଦ ଅର୍ପଣ କରିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ