February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

+୩ ନାମଲେଖା ପାଇଁ ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ମୋଟିଭି ଓଡିଶା : ରାଜ୍ୟରେ ଥିବା ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ପାଇଁ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଏସସି ଆଇଟିଏମ, ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ୩ ବର୍ଷିଆ ବିବିଏ ଓ ବିସିଏ, ଉତ୍କଳ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ଏମବିଏ ଓ ଏମସିଏ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ବିଏ ଏଲଏଲବି ଓ ୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏହିସବୁ ପାଠ୍ୟକ୍ରମ ପାଇଁ ୪ଟି ପର୍ଯ୍ୟାୟରେ ଆଡ଼ମିସନ ହେବ। ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ଜୁନ ୨୫ରେ ପ୍ରକାଶ ପାଇବ। ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ତାଲିକା ଜୁଲାଇ ୫, ତୃତୀୟ ପର୍ୟ୍ୟାୟ ଜୁଲାଇ ୧୫ ଓ ଶେଷ ପର୍ଯ୍ୟାୟ ଜୁଲାଇ ୩୦ରେ ପ୍ରକାଶ ପାଇବ। ଅଗଷ୍ଟ ୧ରୁ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।