ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ବଡ଼ ବୟାନ । ସେ କହିଛନ୍ତି, ପାକିସ୍ତାନରୁ ଆସୁଛନ୍ତି ୮୦ ପ୍ରତିଶତ ଆତଙ୍କବାଦୀ, ଜମ୍ମୁ କାଶ୍ମୀରରେ ବଢିଛି ଅନୁପ୍ରବେଶ । ସେହିପରି ଗତ ବର୍ଷ କାଶ୍ମୀରରେ ନିପାତ ଆତଙ୍କବାଦୀ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ପାକିସ୍ତାନୀ । ତେବେ ସେନାର ସୁରକ୍ଷାକୁ ଦିଆଯିବ ପ୍ରାଥମିକତା ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ସେହିପରି LAC ପରିସ୍ଥିତି ଉପରେ ସେନା ମୁଖ୍ୟ କହିଛନ୍ତି, ଆମେ ସୀମା ଭିତ୍ତିଭୂମି ସହ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦେଉଛୁ । ସେହିପରି ବର୍ତ୍ତମାନର ଜମ୍ମୁ କାଶ୍ମୀରର ସ୍ଥିତିକୁ ନେଇ ସେନା ମୁଖ୍ୟ କହିଛନ୍ତି ସାମଗ୍ରିକ ଭାବରେ ନିୟନ୍ତ୍ରଣରେ ରହିଛି ଏବଂ ୨୦୨୧ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷ ସହ ଅସ୍ତ୍ରବିରତି ଚୁକ୍ତି ବଳବତ୍ତର ରହିଛି ହେଲେ ମ୍ମୁ କାଶ୍ମୀରରେ ବଢିଛି ଅନୁପ୍ରବେଶ । ଆତଙ୍କୀ କାର୍ଯ୍ୟକଳାପ ଓ ଆଇବିରୁ ଅନୁପ୍ରବେଶ ଜାରି ରହିଛି । ସେହିପରି ନିକଟରେ ଉତ୍ତର କାଶ୍ନୀର, ଡୋଡା-କିସ୍ତୱାରରେ ବୃଦ୍ଧି ଘଟିଛି । ହିଂସାକାଣ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଅମରନାଥ ଯାତ୍ରାରେ ୫ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମଧ୍ୟ କରାଯାଇଛି ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।