୪୦ ବର୍ଷ ଧରି ମାଓ ସଙ୍ଗଠନରେ କାମ କରୁଥିଲେ ମାଓବାଦୀ । ପ୍ରଭାକରକୁ ଧରିବା ପାଇଁ ଘୋଷଣା ହୋଇଥିଲା ୨୫ ଲକ୍ଷ ପୁରସ୍କାର ରହିଥିଲା । ଗତ କିଛି ଦିନ ହେବ ସିପିଆଇ ମାଓବାଦୀ ସଂଗଠନର ଉତ୍ତର ବସ୍ତର ସବ ଜୋନାଲ ବ୍ୟୁରୋର ବରିଷ୍ଠ ମାଓବାଦୀ କ୍ୟାଡର ପ୍ରଭାକର ରାଓଙ୍କ କାର୍ୟ୍ୟକଳାପ ଉପରେ ନଜର ରଖିଥିଲା ପୋଲିସ । ୨୨ତାରିଖରେ କାଙ୍କେର ଜିଲ୍ଲାରେ କରାଯାଇଥିବା କୁମ୍ବିଙ୍ଗ ଅପରେସନରେ ପ୍ରଭାକର ରାଓ ଛଦ୍ମନାମ ବାଲାମୁରୀ ନାରାୟଣ ରାଓଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀ ପ୍ରଭାକର ରାଓଙ୍କୁ କ୍ରମାଗତ ତଦନ୍ତ ପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୨୦୨୪ ମସିହାରେ ଏପର୍ୟ୍ୟନ୍ତ ମୋଟ ୮୮୪ ମାଓବାଦୀ କ୍ୟାଡରଙ୍କୁ ଗିରଫ କରାଯାଇଛି ଏବଂ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ମାଓବାଦୀ କ୍ୟାଡର ପ୍ରଭାକର ୧୯୮୪ ମସିହାରେ ନକ୍ସଲ ସଂଗଠନରେ ଦଳର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଗତ ୪୦ ବର୍ଷ ଧରି ସକ୍ରିୟ ଭାବରେ କାର୍ୟ୍ୟ କରୁଥିଲେ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।