ଖୋର୍ଦ୍ଧା ( ବେଗୁନିଆ ) :
ଦୀପାବଳିକୁ ଆଖି ଆଗରେ ରଖି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଛନ୍ତି ବାଣ ବେପାରୀ।
ଆଜି ବେଗୁନିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ମାଣିବନ୍ଧ ଗ୍ରାମର କେଦାର ଧଳଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ବାରୁଦ, ବଡବଡ ପାଇପ୍, ରାସାୟନିକ ଦ୍ରବ୍ୟ ସହ ବିଭିନ୍ନ ବାଣ ତିଆରି ସାମଗ୍ରୀ ଜବତ କରିଛି ।
ଏହା ସହ ଘଟଣା ସ୍ଥଳରୁ ୫ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ। ତେବେ ପୋଲିସ ଚଢ଼ାଉ ଦେଖି ଚମ୍ପଟ ମାରିଛନ୍ତି ବାଣ ବେପାରୀ। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି।
More Stories
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ।