ମୋଟିଭି ଓଡିଶା :
ନିର୍ବାଚନରେ ଶୋଚନୀୟ ବିପର୍ଯ୍ୟୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଓଡିଶା ଆସିଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ସେ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ। ବିମାନ ବନ୍ଦରରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଭୟ ଅରୁଣ ଓ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ। ସମସ୍ତେ ନବୀନ ନିବାସରେ କିଛି ସମୟ ବିତାଇବା ପରେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ନିଜ ଘରକୁ ଫେରିଛନ୍ତି।
ନବୀନ ନିବାସରେ ନବୀନଙ୍କ ସହ ଅରୁଣ ଥିବା ଜଣାପଡିଛି । ବିଜେଡିର ସ୍ଥାୟୀତ୍ଵକୁ ନେଇ ଆଶଙ୍କା ଲାଗି ରହିଥିବାରୁ ବୋଧହୁଏ ନବୀନ ସକ୍ରିୟ ଥିବା ଅବସ୍ଥାରେ ଅରୁଣଙ୍କୁ ଦଳର ନେତୃତ୍ଵ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ବିଜେଡି ନେତା ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ପଦ ଯିବା ପରେ କାଳେ ନବୀନ ମାନସିକସ୍ତରରେ ଭାଙ୍ଗିପଡିବେ, ସେଥିପାଇଁ ସାନ୍ତ୍ଵନା ଦେବାକୁ ଅରୁଣ ଭୁବନେଶ୍ଵର ଆସିଥିବା କିଛି ବିଜେଡି ନେତା କହୁଛନ୍ତି। ଅରୁଣ ଦୁଇ ତିନି ଦିନ ରହି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କଣ ରହୁଛି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।