February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ।

କଳାହାଣ୍ଡି:୧୬/୦୪ : ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ରାଜସ୍ୱ ଗ୍ରାମ ମାନ୍ୟତା ପାଇ ସାରିଥିବା ବେଳେ ଦୀର୍ଘବର୍ଷ ହେବ ଗ୍ରାମବାସୀ ମାନେ ଗ୍ରାମ ରେ ମତଦାନ କେନ୍ଦ୍ର ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ହେଲେ ଦିର୍ଘ ଦଶନ୍ଧି ଧରି ଗ୍ରାମ ରୁ ୮ କିମି ଦୁର ରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବୁଥ କେନ୍ଦ୍ର କୁ ମତଦାନ ପାଇଁ ସିର୍ଲିଗୁଡା ଭୋଟର ଯାଉଥିଲେ। ସିର୍ଲିଗୁଡା ରାଜସ୍ୱ ଗ୍ରାମର ସିର୍ଲିଗୁଡା,ଅଁଳାଗୁଡା ରେ ୭୮୪ ଭୋଟର ରହିଛନ୍ତି, କିନ୍ତୁ ମତଦାନ କେନ୍ଦ୍ର ୮ କିମି ଦୂରରେ ରହିଥିବା କାରଣରୁ ସିର୍ଲିଗୁଡା ଗ୍ରାମ ରେ ଥିବା ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ଶଯ୍ୟାଶାୟୀ ଭୋଟର ମାନେ ମତଦାନ ରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେବେ ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ଥାଇ ମଧ୍ୟ ନଥିବା ଦର୍ଶାଇ ନିକଟସ୍ଥ ଅଁଳାଗୁଡା ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିଛନ୍ତି।ଯାହାକୁ ଗ୍ରାମବାସୀ ବିରୋଧ କରି ସୋମବାର ସନ୍ଧ୍ୟା ରେ ଗ୍ରାମ ରେ ଏକ ସଭା କରି ପ୍ରଶାସନ ଗ୍ରାମବାସୀ ଙ୍କ ଦାବି କୁ ଅଣଦେଖା ପ୍ରତିବାଦ କରି ଭୋଟ ବର୍ଜ୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ପଞ୍ଚାୟତ ର ନାଏବ ସରପଞ୍ଚ ନନ୍ଦିନୀ ନାଗ,ଚନ୍ଦ୍ରଶେଖର ସୁନାନୀ, ଧନେଶ୍ୱର ମହାନନ୍ଦ,ବସନ୍ତ ନାଗ,ପୁରୁଷୋତ୍ତମ ସୁନାନୀ,ଭୂଷଣ ମହାନନ୍ଦ ଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ମହିଳା,ପୁରୁଷ ମାନେ ଉପସ୍ଥିତ ରହି ପ୍ରଶାସନ ର ଅବହେଳା ପ୍ରତିବାଦ କରି ପୁନର୍ବାର ବିଚାର କୁ ନେଇ ସିର୍ଲିଗୁଡା ଗ୍ରାମରେ ମତଦାନ କେନ୍ଦ୍ର ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ, ଭୁବନେଶ୍ୱର ଓଡିଶା ଙ୍କୁ ଦାବିପତ୍ର ପ୍ରେରଣ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ଗ୍ରାମବାସୀ କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।