MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆସିକାରେ ବଳ ଗୋଟାଉଛି ହାତ, ସୁରଭି ବିଷୋୟୀଙ୍କୁ ମିଳୁଛି ବିପୁଳ ସମର୍ଥନ

ମୋଟିଭି ଓଡିଶା : ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକାର ବିକାଶ ପାଇଁ କେବଳ ହାତ ହିଁ ଭରସା l ଦୀର୍ଘ 25 ବର୍ଷର ବିଜେଡି ଶାସନ ସତ୍ୱେ ଆସିକା ରେ ହୋଇପାରିଲାନି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ l ଆଜି ବି ଗାଁ ଗାଁ ରେ ମୌଳିକ ସୁବିଧା ପାଇବାରୁ ଲୋକେ ବଞ୍ଚିତ ହେଉଥିବା ବେଳେ ଚଳିତ ନିର୍ବାଚନ ରେ ଆସିକା ନିର୍ବାଚନ ମଣ୍ଡଳୀରେ ପରିବର୍ତନର ହାୱା ବହୁଥିବା କହିଛନ୍ତି ଆସିକା କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ସୁରଭି ବିଷୋୟୀ l ଲୋକେ ବିଜେଡି ଶାସନ ଉପରୁ ଆସ୍ଥା ହରାଇ ଏବେ କଂଗ୍ରେସ ଦଳ ପ୍ରତି ଆକୃଷ୍ଟ ହେଉଥିବାରୁ ଚଳିତ ନିର୍ବାଚନରେ ଏଠି ହାତ ଚିହ୍ନ ବିପୁଳ ବିଜୟୀ ହେବାନେଇ ଅନୁମାନ କରାଯାଉଛି l

ଏହାକୁ ପଥୟକରି କଂଗ୍ରେସ ପ୍ରାର୍ଥୀନୀ ଏବେ ଗାଁ କୁ ଗାଁ ଘର କୁ ଘର ବୁଲି ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଥିବା ବେଳେ ଶନିବାର ସନ୍ଧ୍ୟାରେ ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ ସୁନାରିଝୋଳା ପଞ୍ଚାୟତ ରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି l ଏହି ଅବସରରେ ପଞ୍ଚାୟତ ର ଶତାଧିକ କଂଗ୍ରେସ କର୍ମୀ ଙ୍କ ସମେତ ପଞ୍ଚାୟତ ର ଦୁଇ ପୂର୍ବତନ ସରପଞ୍ଚ ସାମିଲ ହୋଇ ପ୍ରଚାର କୁ ଜୋରଦାର କରିଥିବା ଦେଖିବାକୁ ମିଳିଛି l ତେବେ ଦିନି କୁ ଦିନ ହାତ ଚିହ୍ନ ପ୍ରତି ଲୋକ ଙ୍କ ଭଲପାଇବା ବୃଦ୍ଧି ପାଉଥିବାରୁ ଚଳିତ ନିର୍ବାଚନ ରେ ଏଠି ଦଳ ଭଲ ପ୍ରଦର୍ଶନ କରିବା ନେଇ ଆକଳନ କରିଛନ୍ତି ବୁଦ୍ଧିଜୀବୀ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।