MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୋର ରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଯୋଗଦେଇ ନବୀନ ପଟନାୟକ ଓ ପାଣ୍ଡିଆନଙ୍କ ଉପରେ ଖୁବ ବର୍ଷିଲେ।


ମୋଟିଭି ଓଡିଶା
ରିପୋର୍ଟ – ତାଜୁଦ୍ଦିନ, ସୋର
ତା – ୨୮/୦୫/୨୦୨୪

ବାଲେଶ୍ୱର ଜିଲ୍ଲା ସୋର ଉପେନ୍ଦ୍ରନାଥ କଲେଜ ପଡିଆରେ ଭାରତୀୟ ଜନତା ପାର୍ଟି ର ବିଜୟ ସଂକଳ୍ପ ସମାବେଶ ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଯୋଗଦେଇ ଓଡ଼ିଆ ଭାଷାରେ ଉପସ୍ଥିତ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। କବିବର ରାଧାନାଥ ରାୟଙ୍କୁ ପ୍ରମାଣ ଜଣାଇ ସୋର ର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ା ଓ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠିଙ୍କୁ ପଦ୍ମ ଫୁଲ ଚିହ୍ନରେ ବିପୁଳ ପରିମାଣ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଓଡିଶାରେ ୨୫ବର୍ଷ ବିଜେଡି ସରକାର ଥାଇ ବେରୋଜଗାର ସଂଖ୍ୟା ବଢୁଥିବା ଏବଂ ବିଜେପି ସରକାର ଆସିଲେ ଫାଙ୍କା ଥିବା ୧ ଲକ୍ଷ ସରକାରୀ ପଦବୀ ୧ ବର୍ଷ ଭିତରେ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

ପାଣ୍ଡିଆନଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଏକ ଭିଡିଓ ରେ ନବୀନ ପଟ୍ଟନାୟକଙ୍କ ହାତ ଥରୁ ଥିବା ବେଳେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ହାତ କୁ ଟାଣି ନେଉଥିବା ଏକ ଭିଡିଓ ଦେଖାଇଵା ସହ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଥିଲେ। ଓଡ଼ିଆ ଅସ୍ମିତା ର କଥା ଉଠାଇ ଓଡ଼ିଆ ଅସ୍ମିତା କୁ ବଞ୍ଚାଇଵା ପାଇଁ ପଦ୍ମ ଫୁଲ ଚିହ୍ନରେ ଆସନ୍ତା ଜୁନ ୧ ତାରିଖରେ ସୂର୍ଯ୍ୟ ର ପହିଲି କିରଣ ସହିତ ଭୋଟ ଦେଇ ବିଜେପି ର ପ୍ରାର୍ଥୀଙ୍କୁ ଜିତାଇବା ସହ ଓଡିଶାରେ ଡବଲ ଇଂଜିନ ସରକାର କରି ଓଡିଶାକୁ ୧ନଂ ବିକଶିତ ରାଜ୍ୟରେ ପରିଣତ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।