ମୋ ଟିଭି ଓଡିଶା / ଭୁବନେଶ୍ୱର :
ଆସନ୍ତାକାଲିଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି। ସେ କହିଛନ୍ତି, ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଉଛି। କେବଳ ପାସ ଧାରୀ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ। ପୋଲିସ କମିଶନର ସୁରକ୍ଷା ଦାୟିତ୍ଵରେ ରହିବେ। ୭୫ପୋଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଏହାଛଡ଼ା ଆଣ୍ଟି ସାବୋଟେଜ୍ ଟିମ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି। ଲୋୟର ପିଏମଜିରେ କୌଣସି ଧାରଣା ନାହିଁ।ଏଣେ ପୋଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ପୋଲିସ କଣ୍ଟ୍ରୋଲ ରୁମ୍ ରହିଛି। ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟ ଟିମ୍ ଓ ବିଧାନସଭା ସୁରକ୍ଷା ସମ୍ପର୍କିତ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ଯାଞ୍ଚ ସମୟରେ ପୋଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅନୁପ ସାହୁ ଓ ଗୁଇନ୍ଦା ଆଇଜି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଆଗାମୀ ୧୮ ଓ ୧୯ ତାରିଖରେ କାମଚଳା ବାଚସ୍ପତି ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ୨୦ ତାରିଖ ବାଚସ୍ପତି ନିର୍ବାଚନ ହେବ।
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।