ମୋଟିଭି ଓଡିଶା : କଳାହାଣ୍ଡି ୧୧/୫ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ନେଗିଗୁଡା ଠାରେ ଅଖଣ୍ଡ ଅଷ୍ଟପ୍ରହର ନାମଯଜ୍ଞ ର ନାମରମ୍ଭ ଶନିବାର ସକାଳ୭ ଟାରୁ ହୋଇ ଯାଇଛି।ଶୁକ୍ରବାର ନିକଟସ୍ଥ ବେହେରା ନଦୀ ରୁ ଗଙ୍ଗା ଆବାହନ କରି କଲସଯାତ୍ରା ପୁର୍ବକ ବେଦୀ ରେ ଅଧିବାସ ପୂଜନ ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞରେ ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ, ବେହେରା ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ,ଧ୍ରୁବ ତିୱାରୀ,ମିଥଲେସ ତିୱାରୀ ଓ କର୍ତ୍ତା ରୂପରେ ହରେକୃଷ୍ଣ ଦାସ,ସପତ୍ନୀ ରମ୍ଭା ଦେବୀ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଶନିବାର ଦିନ ସକାଳ ୭ଟା ସମୟରୁ ଆରମ୍ଭ ହୋଇଥିବା ମହାମନ୍ତ୍ର ରବିବାର ୭ଟାରେ ସମାପନ ହେବାକୁ ଥିବା ବେଳେ ଏହି ନାମଯଜ୍ଞରେ ସର୍ବମୋଟ ସାତ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି। ନାମ ସମାପନ ପରେ ରାଧା କୃଷ୍ଣ ଯୁଗଳ ମୂର୍ତି ସହିତ ଦଧିହାଣ୍ଡି କୁ ନଗର ପରିକ୍ରମା କଲା ପରେ ପୂର୍ଣ୍ଣାହୂତି ହେବ ବୋଲି ନାମଯଜ୍ଞ ର ସଭାପତି ଦିନେଶ ଗୋପାଳ ପ୍ରକାଶ କରିଥିଲେ । । ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଦୁଇ ଦିନପାଇଁ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇ ଅଛି । ନାମ ଯଜ୍ଞ କମିଟି ର ସମ୍ପାଦକ ଧନବଲ ନାଗ,ହେତୁରାମ ନାଗ,ତୁଳସୀ ରାମ ଗୋପାଳ,ଦିଗେଶ୍ବର ଗୋପାଳ,କ୍ଷମା ସାଗର ବାଗ,ନିରାକାର ଗୋପାଳ,କୃପାସିନ୍ଧୁ ଦାସ,ଅମୃତ ପୁଝାରି,ପୂର୍ଣ୍ଣଚନ୍ଦ୍ର ନାଗ,ବିଶେଶ୍ୱର ଗୋପାଳ,ମୋହନ ନାଗ ସମେତ ନେଗିଗୁଡା ଗ୍ରାମବାସୀ ସହଯୋଗ କରିଛନ୍ତି ।
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।