କଳାହାଣ୍ଡି:୩୦/୦୪ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତେଣ୍ଡାପାଳି ଗ୍ରାମରେ ମା ତାରିଣୀ ଦେବୀ ଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ସୋମବାର ଶୁଭ ଖମ୍ବ ସ୍ଥାପନ ହୋଇ ଯାଇଛି । ବୈକୁଣ୍ଠ ନାଏକ ଓ ଯଶୋଦା ନାଏକ କର୍ତ୍ତା ରୂପରେ, ଜ୍ୟୋତିର୍ବିଦ ଭୁପେଶ ତିୱାରୀ ପୂଜକ ଭାବେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ସର୍ବ ପ୍ରଥମେ ତାରିଣୀ ମାତା ମନ୍ଦିର ରେ ପୂଜାର୍ଚନା ପରେ ନାମଯଜ୍ଞ ବେଦୀ ରେ ବ୍ରାହ୍ମଣ ସମେତ ଗ୍ରାମ ଦେବୀ ପୂଜକ ଚନ୍ଦ୍ରକାନ୍ତ ପୁଝାରୀ ଙ୍କ ଉପସ୍ଥିତି ରେ ଶୁଭ ମୁହୂର୍ତ୍ତ ରେ ଶୁଭ ଖମ୍ବ ସ୍ଥାପନ ପୂର୍ବକ ଧର୍ମ ଧ୍ୱଜ ଟଙ୍ଗା ଯାଇ ଥିଲା ।ଗ୍ରାମ ବାସୀ ଆଜି ଦିନ ଠାରୁ ନାମ ଯଜ୍ଞ ଦିନ ପର୍ଯ୍ୟନ୍ତ ଆଇଁସ ଓ ମଦ୍ୟପାନ ସମ୍ପୂର୍ଣ ବର୍ଜନ ପାଇଁ ସଂକଳ୍ପ ନେଇଥିଲେ ।ଆସନ୍ତା ମଇ ୫ ରେ କଳସ ଯାତ୍ରା ଓ ଅଧିବାସ,୬ ମଇ ରେ ନାମଯଜ୍ଞ ଓ ଅନ୍ନଛତ୍ର ଓ ମଇ ୭ ରେ ନାମସମ୍ପନ ,ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୁତି ହେବ ।ନାମଯଜ୍ଞ କମିଟି ର ସଭାପତି ବଳଭଦ୍ର ମାଝୀ,ସମ୍ପାଦକ,କୋଷାଧ୍ୟକ୍ଷ ସନ୍ତୋଷ ହରେ ମାଝୀ, ସାନ ନାଏକ,ନବରାମ ନାଏକ,ଆଣିରୁଦ୍ଧ ଗଇଁନ୍ତା,ଚନ୍ଦନ ପାତ୍ର, ସତ୍ୟ ସାହୁ, ଗୋକୁଳ ରାଉତ,ଭାଗୀରଥି ନାଏକ, ରଞ୍ଜିତ ନାଏକ ସମେତ ଗ୍ରାମର ଶତାଧିକ ଭକ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ ।ନାମ ଯଜ୍ଞ ଦିନ ବହୁ ସଂଖ୍ୟା ରେ ଉପସ୍ଥିତ ରହି ନାମମୃତ ପାନ କରିବା କୁ ଅଞ୍ଚଳବାସୀ ଙ୍କୁ ନାମଯଜ୍ଞ କମିଟି ଅନୁରୋଧ କରିଛନ୍ତି।
ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ।

More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।