February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ

ମୋଟିଭି ଓଡିଶା / ନୂଆଦିଲ୍ଲୀ : ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ରୋଗୀଙ୍କ ପାଖରେ ‘ଆଭା ଆଇଡି’ (ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ)କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଜାତୀୟ ଭେଷଜ ଆୟୋଗ (ଏନ୍‌ଏମସି) ବିଜ୍ଞପ୍ତି ଜାରି କରିଛି।

ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ମେଡିକାଲ କଲେଜ ସେମାନଙ୍କ ଅଧୀନରେ ଥିବା ଡାକ୍ତରଖାନାକୁ ବହିର୍ବିଭାଗ, ଆନ୍ତଃ ବିଭାଗ ଓ ଆଶୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ନିକଟରେ ଆଭା ଆଇଡି ଥିବା ନିଶ୍ଚିତ କରିବେ। ଡାକ୍ତରଖାନା ପଞ୍ଜୀକରଣ ସଂଖ୍ୟା ସହ ଆଭା ଆଇଡି ସଂଯୁକ୍ତ କରାଯିବ; ତେବେ ଆଭା ଆଇଡି ନ ଥିବା ରୋଗୀଙ୍କୁ ବିନା ଚିକିତ୍ସାରେ ଫେରାଇ ଦିଆଯାଇପାରିବ ନାହିଁ ବୋଲି ଏନ୍‌ଏମସି ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଯୋଜନା ଅଧୀନରେ ଆଭା ଆଇଡି ଏକ ୧୪ ସଂଖ୍ୟା ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ସଂଖ୍ୟା। ଏହା ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଡିଜିଟାଲ ତଥ୍ୟ ରଖିଥାଏ। ୨୦୨୩ ଅକ୍ଟୋବରରେ ରୋଗୀଙ୍କ ପଞ୍ଜୀକରଣ ଆଭା ଆଇଡି ମାଧ୍ୟମରେ କରିବାକୁ ଏନ୍‌ଏମସି ସ୍ଥିର କରିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।