ମୋ ଟିଭି ଓଡିଶା / କଳାହାଣ୍ଡି:୦୫/୦୭(ସନତ ପ୍ରଧାନୀ)
କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଶୁକ୍ରବାର ବୃକ୍ଷ ରୋପଣ ନେଇ ଜନ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ତଥା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତଙ୍କ ପରିଚାଳନାରେ ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, ଅଧ୍ୟାପକ ପ୍ରେମାନନ୍ଦ ସାହାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।
ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ୟୁଥ ରେଡ଼ କ୍ରସର ୧୦୦ ଜଣ ସ୍ବେଛାସେବୀ ଛାତ୍ରଛାତ୍ରୀ ଏବଂ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଲଡୁଗାଁ ସହର ପରିକ୍ରମା କରି ବୃକ୍ଷ ରୋପଣ ଉପରେ ସଚେତନତା ବାର୍ତ୍ତା ଦେଇଛନ୍ତି। ପରେ ନବ ନିର୍ମିତ ହଷ୍ଟେଲ ପରିସରରେ ୧୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି। କାର୍ଯ୍ୟକ୍ରମ ରେ ଅଧ୍ୟାପକ କଲ୍ୟାଣି ମହାନ୍ତି, ପ୍ରଶାନ୍ତ ଯୋଶୀ, ଶଙ୍କର ସତନାମୀ, ଭାରତ ଭୂଷଣ ଠାକୁର, ବିଭୁଞ୍ଜନ ସାହୁ,ତୁଳସୀ ବାଗ,ଅଙ୍କିତା ଖୁରା ଓ ୟୁଥ ରେଡ଼କ୍ରସ ସ୍ବେଛାସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।