MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆମପାଣି ଠାରେ ଆର୍ଟ ଅଫ ଗିଭିଂ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।


ମୋ ଟିଭି ଓଡିଶା / କଳାହାଣ୍ଡି : ସନତ ପ୍ରଧାନୀ :୧୭/୦୬


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆଦିବାସୀ ବହୁଳ ଆମପାଣି ପଞ୍ଚାୟତ ଆମପାଣି ଗ୍ରାମ ଠାରେ ଆର୍ଟ ଅଫ ଗିଭିଂ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର ଦିଶାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଯୁବ ନେତା ତଥା ଜିଲ୍ଲା ଆଦିବାସୀ ସଙ୍ଘର ସମ୍ପାଦକ ଋତୁତାଜ ମାଝୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଆଦିବାସୀ ସଂଘର ବରିଷ୍ଠ କର୍ମକର୍ତ୍ତା ନୀଳକଣ୍ଠ ମାଝୀ, ସମ୍ମାନିତ ଅତିଥି ଭାବେ ଆଦିବାସୀ ବଞ୍ଝାରା ସମାଜର ଜିଲ୍ଲା ସଭାପତି ଯଶୋବନ୍ତ ନାଏକ, ଜିଲ୍ଲା ବଞ୍ଝାରା ସମାଜର ସମ୍ପାଦକ ବୁଦ୍ଧିରାମ ନାଏକ, ହଲବା ସମାଜ ସଭାପତି ସହଦେଵ ନେଗି ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଅତିଥିମାନେ ଆଦିବାସୀ ଜନଜାତିର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ର ଆଲୋକ ଦେଖାଇ କିସ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ର ବତୀଘର ସାଜିଛି।

ଆଜି ପ୍ରତିଟି କ୍ଷେତ୍ରରେ ଆଦିବାସୀ ଜନଜାତି ର ଛାତ୍ରଛାତ୍ରୀ ଆଗୁଆ ହୋଇଛନ୍ତି ବୋଳି ମତ ପ୍ରକାଶ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ସମାଜସେବୀ ଅନୁଷ୍ଠାନ ସୋସିଆଲ ଆକ୍ଟିଭିଟି ଅର୍ଗାନାଇଜେସନ ଜରୁରୀକାଳୀନ ସମୟରେ ରୋଗୀ ଙ୍କୁ ରକ୍ତଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଅନୁଷ୍ଠାନ ର ପ୍ରତିଷ୍ଠାତା ଉମା ଶଙ୍କର ସୁନାନୀ ଓ ଅନାଥ ଶିଶୁଙ୍କ ପାଇଁ ସାହାରା ହୋଇଥିବା ଯଶୋଦା ଅନାଥ ଆଶ୍ରମର ପରିଚାଳକ ଶ୍ୟାମ ସୁନ୍ଦର ଜାଲ ଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।