ମୋ ଟିଭି ଓଡ଼ିଶା, ଦାରିଙ୍ଗବାଡ଼ି:(ସୁଶାନ୍ତ କୁମାର ସାହୁ):
ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ବ ଦକ୍ଷତା କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନ ଅଧ୍ୟକ୍ଷ ଇ.ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବିଶ୍ବ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ୍ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମରେ କିପରି ନାମ ଲେଖିବେ, ସେଥିପାଇଁ ତାହାର ଶିକ୍ଷାଗତ ଯୋଗ୍ୟତା କଣ ରହିଛି ଓ ସେହି ଅନୁଷ୍ଠାନରେ ଶିକ୍ଷା ନେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।
ଏଥିପାଇଁ ଭୁବନେଶ୍ୱର ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ଅଧ୍ୟକ୍ଷ ଟି .ରାଜା ଓ ଡେପୁଟି ଡାଇରେକ୍ଟର ଶୈଳେଶ କୁମାର ମିଶ୍ର ଯୋଗଦେଇ ଶିଳ୍ପ ତାଲିମ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ