ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୮/୧୧/୨୪:
ଆଜି ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲା ରେ ଲିଙ୍ଗଗତ ହିଂସା ରୋକିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଅଧ୍ୟକ୍ଷତା କରି ଲିଙ୍ଗଗତ ହିଂସା ବିରୋଧ ରେ ୧୬ ଦିବସୀୟ ଜିଲ୍ଲା ସ୍ତରୀୟ ସଚେତନତା ଅଭିଯାନ କାର୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ,ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କନକଲତା ନାଏକ, IAHTU (Integrated Anti Human Trafficking Unit) ଡି ଏସ ପି ଶ୍ରୀମତୀ କାଦମ୍ବିନୀ ସାମଲ,ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ମହାପାତ୍ର ଏବଂ ଜିଲ୍ଲା ର ବିଭିନ୍ନ ବର୍ଗ ର ଜନସାଧାରଣ ଉପସ୍ଥିତ ରହି ଜିଲ୍ଲା ରେ ଲିଙ୍ଗଗତ ହିଂସା ରୋକିବା ନିମନ୍ତେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ତାହା ନେଇ କରିଥିଲେ।

ସେହିଭଳି ଏଥି ପ୍ରତି ପ୍ରତ୍ୟେକ କ୍ଷେତ୍ର ରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ଉପରେ ମଧ୍ୟ ବୈଠକ ରେ ଆଲୋଚନା କରାଯାଇଥିଲା ।କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜିକା ଶ୍ରୀମତୀ ମିନାକ୍ଷୀ ପ୍ରଧାନ ପରିଚାଳନା କରିଥିଲେ। ସେହିଭଳି ପ୍ରକଳ୍ପ ଅଧିକାରୀ ଶ୍ରୀମତି ସୁଶୀଳା ରଥ ଵାଲ୍ୟ ବିବାହ ମୁକ୍ତ ଭାରତ ର ଗଠନ ନିମନ୍ତେ ଶପଥ ପାଠ କରାଇଥିଲେ।ଶେଷ ରେ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।