January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି

ସକାଳେ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ ସବୁଜ ପତାକା ଦେଖାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ l

ରାଉରକେଲା ୨୮/୧୦/୨୪ :

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ  ଆଜି ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଏକ ସଚେତନତା ରାଲି ଓ ବିଭିନ୍ନ କାର୍ଯ୍ୟାଳୟରେ ଶପଥ ପାଠର ଆୟୋଜନ କରାଯାଇଥିଲା l   ଚଳିତ ବର୍ଷ ୨୮ ଅକ୍ଟୋବର ରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି l 

ସକାଳେ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ ସବୁଜ ପତାକା ଦେଖାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ l ଏହି ରାଲି ରେ ପାନପୋଷ କ୍ରୀଡା ଛାତ୍ରାବାସ ର ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଓ  ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲା ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l

ରାଲି ଆରକ୍ଷୀ ଅଧୀକ୍ଷକ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପାନପୋଷରୁ ଆରମ୍ଭ ହୋଇ ପାନପୋଷ ଗାନ୍ଧୀଛକ ଦେଇ କାର୍ଯ୍ୟାଳୟ ରେ ସମାପ୍ତ ହୋଇଥିଲା l ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବାନ ମହାନନ୍ଦ  ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ବିଭିନ୍ନ  ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ l

ସେହିପରି ରାଉରକେଲା ଡିଆଇଜି ଶ୍ରୀ ବ୍ରିଜେଶ ରାୟ ,ଆରଏମସି କମିଶନର ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ଏସପି ଶ୍ରୀ ନୀତେଶ ୱାଧୱାନି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶପଥ ପାଠ କରିଥିଲେ l

ସେହିପରି ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ରାଉରକେଲାର ସମସ୍ତ କାର୍ଯ୍ୟାଳୟରେ ମଧ୍ୟ ସମୂହ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମହାନଗର ନିଗମ କାର୍ଯ୍ୟାଳୟରେ ଆରଏମସି ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ ଓ ସହକାରୀ ପୌରାୟୁକ୍ତ ଅଜିତ କୁମାର ପଟ୍ଟନାୟକ, ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳ ଏବଂ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଏକ ଦୁର୍ନୀତିମୁକ୍ତ ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ।

ରିପୋର୍ଟ : ଦେବେନ୍ଦ୍ର କୁମାର ଭିତ୍ରିଆ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।