କଳାହାଣ୍ଡି:୨୧/୧୦ (ସନତ କୁମାର ପ୍ରଧାନୀ)
ପ୍ରଭୁ ବୁଢ଼ାରଜା ଙ୍କ ଦଶରା ପରେ କୋକସରା ବ୍ଲକ ଅଞ୍ଚଳ ବଡପୋଡ଼ାଗୁଡା ତଲାଗାଁ ଠାରେ ଆନନ୍ଦ ଉଲ୍ଲାସର ସହ ଅଞ୍ଚଳ ର ଆରାଧ୍ୟ ଦେବତା ବାଆଦି ଠାକୁରଙ୍କ ବାର୍ଷିକ ଦଶରା ରବିବାର ବିଳମ୍ବିତ ରାତିରେ ସମାପନ ହୋଇଛି।
ଅପରାହ୍ନରେ ବଡପୋଡାଗୁଡା ଗ୍ରାମରୁ ପୁଝାରୀଙ୍କ ଘରୁ ଲାଠି ବାହାରିବା ପରେ ଅଞ୍ଚଳର ଅନେକ ନିମନ୍ତ୍ରିତ ଦେବାଦେବୀ ମାନଙ୍କ ଲାଠି ଏକତ୍ରିତ ହୋଇ ଯାତ୍ରାରେ ସାମିଲ ହୋଇଥିଲେ । ମାନସିକ ଧାରୀ ମାନେ ବାଆଦି ଠାକୁରଙ୍କୁ ଶୁକ୍ଲ ଭୋଗ ଓ ପାର୍ଶ୍ଵ ଦେବାଦେବୀ ଙ୍କୁ ରକ୍ତ ଭୋଗ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଶହ ଶହ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସମାଗମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ତଲାଗାଁ ସ୍ଥିତ ବାଆଦି ଠାକୁରଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଲାଠି କାଲିଶିଙ୍କ ଗହଣରେ ଲାଠି ଶୋଭାଯାତ୍ରା ବାହାରି ଅନ୍ୟ ଏକ ପୂଜା ସ୍ଥଳ ମାଁ ମାଉଲୀଙ୍କ ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟାନ୍ସ ଓ ଘୁମୁରା ପ୍ରତିଯୋଗିତା ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ବ୍ଳକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ , ମୁଖ୍ୟବକ୍ତା ଭାବେ ଜିତେନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ଯମୁନା ନାଏକ, ନନ୍ଦିଗାଁ ସରପଞ୍ଚ କିରଣମୟୀ, ପୁର୍ବତନ ସରପଞ୍ଚ ଯମୁନା ମାଝୀ, ପେକ୍ସ ସଭାନେତ୍ରୀ ଦୁତିକା ନାଏକ, ସମାଜସେବୀ ହିମାଞ୍ଚଳ ପୁଝାରୀ, ନାଏବ ସରପଞ୍ଚ ବିଡୁ ନାଏକ, ସ୍ଥାନୀୟ ସମିତି ସଭ୍ୟ ଉମା ନାଏକ,ଏଡିଓ କର୍ପୁର ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ।
କଲାହାଣ୍ଡି ଜିଲ୍ଲାର ବୀରବାଦ୍ୟ ଘୁମୁରା ମୁଖ୍ୟ ଆକର୍ଷଣ ହୋଇଥିଲା। ମୋଟ ୭ଟି ଘୁମୁରା ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ପ୍ରଥମ ପୁରସ୍କାର ମହିମା ମାଳପଡା, ଦ୍ଵିତୀୟ ପୁରସ୍କାର ସାନକେନ୍ଦୁଗୁଡା, ତୃତୀୟ ପୁରସ୍କାର କାଶିବାହାଲ ଘୁମୁରା ଦଳ ବିବେଚିତ ହୋଇଥିଲେ। ବାଆଦି ଠାକୁରଙ୍କ ଦଶରା ପୂଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ସାଧାରଣ ସମ୍ପାଦକ ଭଜମନ ନାଏକ,ସହ ସମ୍ପାଦକ ମନୋଜ କୁମାର ଦାସ,କୋଷାଧ୍ୟକ୍ଷ ଧନବଳ ମାଝୀ ପୂଜକ ବଲଭଦ୍ର ପୁଝାରୀ, ଶିରା ସପୁର ସିଂ ନାଗ, ଚନ୍ଦ୍ରମଣି ଭାଟି,ଇଦ୍ରମଣି ନାଏକ, ଅଭିମନ୍ୟୁ ଧଙ୍ଗଡା ମାଝୀ,ମହେଶ୍ୱର ଗଉଡ଼ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ମଞ୍ଚକୁ ଲିଙ୍ଗରାଜ ରାଠୋର ପରିଚାଳନା କରିଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।